www.samajalive.in
Friday, December 5, 2025
20.1 C
Bhubaneswar

ଖୋଲିବ ବାର୍‍, ରେସ୍ତୋରାଁ ; ଏଣିକି ଗ୍ରାହକମାନେ ସେଠାରେ ବସି ଭୋଜନ ଓ ପାନୀୟ ଗ୍ରହଣ କରିପାରିବେ

ଭୁବନେଶ୍ୱର: ଅନ୍‍ଲକ୍‍ ୪.୦ରେ ସରକାର କରୋନା କଟକଣା କୋହଳ କରିଥିବାବେଳେ ରେସ୍ତୋରାଁ ଓ ବାର୍‍ ଖୋଲିବା ପାଇଁ ଘୋଷଣା କରାଯାଇଛି। ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ୍‍ ରାମଚନ୍ଦ୍ର ଯାଦବ ଏନେଇ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘକୁ ପତ୍ର ଲେଖି ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ ଆସନ୍ତା କାଲି ଠାରୁ ରାଜ୍ୟର ସବୁ ସ୍ଥାନରେ ହୋଟେଲ, ରେଷ୍ଟୁରାଣ୍ଟ ଓ ବାର୍‍ ଖୋଲିବ। ଗ୍ରାହକମାନେ ସେଠାରେ ବସି ଭୋଜନ ଓ ପାନୀୟ ଗ୍ରହଣ କରିପାରିବେ। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥା ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍‍ କମିଶନର (ଏସ୍‍ଆରସି) ଜାରି କରିଥିବା କୋଭିଡ୍‍ ଗାଇଡ୍‍ଲାଇନ୍‍ ପାଳନ କରିବା ଜରୁରୀ। ପରିମଳ, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଆଦି ନିୟମ ପାଳନ କରାଯିବ ବୋଲି କୁହାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ୍‍ରେ ରେଷ୍ଟୁରାଣ୍ଟ ଓ ବାର୍‍ ଖୋଲାଯିବ କି ନାହିଁ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories