www.samajalive.in
Saturday, December 6, 2025
15.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ହିତକାରୀ ପତ୍ର

ସବୁଜିମା ଆମ ପରିବେଶ ନିମନ୍ତେ ଭଲ ହେବା ସହ ମନୁଷ୍ୟ ଶରୀର ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଭାରତୀୟ ଜଳବାୟୁରେ ବିଭିନ୍ନ ପ୍ରକାରର ଔଷଧୀୟ ଗଛଗୁଡ଼ିକ ଶୀଘ୍ର କାୟା ବିସ୍ତାର କରିଥାନ୍ତି।
– ତନ୍ମଧ୍ୟରୁ ଅନ୍ୟତମ ହେଲା ବେଲ ଗଛ। ବେଲ ପତ୍ର ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ ଉପଯୋଗ ହେଉଥିବାବେଳେ ଦୈନିକ ଅଳ୍ପ ବେଲପତ୍ର ଚୋବାଇ ଖାଇଲେ ତାହା ବିଭିନ୍ନ ସମସ୍ୟାର ସମାଧାନ କରିଥାଏ। ବେଲପତ୍ର ସକାଳବେଳା ଖାଲିପେଟରେ ୫-୬ଟି ଚୋବାଇ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ରକ୍ତଶର୍କରାକୁ ନିୟନ୍ତ୍ରଣରେ ରଖେ। ଅନ୍ୟପାଖେ ଅମ୍ଳ ରୋଗୀଙ୍କ ନିମନ୍ତେ ଏହି ପତ୍ରରେ ଥିବା ପୋଷକତତ୍ତ୍ବ ଔଷଧ ପରି କାମ କରେ।
-ଭୁର୍ସୁଙ୍ଗ ପତ୍ର, ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ଛୁଙ୍କ ଦେବା ପାଇଁ ବ୍ୟବହୃତ ହେଉଥିବା ଏଇ ପତ୍ର ତ୍ବଚା ନିମନ୍ତେ ଉପକାରୀ। ବୟସର ଛାପ କମ୍ କରୁଥିବା ଏହି ପତ୍ର କେଶ ଘନତ୍ବ ବଢ଼ାଇବାରେ ସହାୟକ। ଖାଲିପେଟରେ ୧ମାସ ର୍ଭୁସୁଙ୍ଗ ପତ୍ର ୧୦-୧୨ଟି ନିୟମିତ ଖାଇଲେ କେଶ ସମସ୍ୟା ଦୂର ହୋଇଥାଏ। ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ନିମନ୍ତେ ମଧ୍ୟ ଏଇ ପତ୍ର ହିତକାରୀ ବୋଲି ଅନୁସନ୍ଧାନରୁ ପ୍ରମାଣିତ ହୋଇଛି।
– ମହୌଷଧି ତୁଳସୀ ପତ୍ର ନିୟମିତ ୫-୬ଟି ଚୋବାଇ ଖାଇଲେ ଶରୀର ନିମନ୍ତେ ଭଲ। କର୍କଟ ହେବାର ଆଶଙ୍କା ଦୂର କରିବା ସହ ଓଜନ ନିୟନ୍ତ୍ରଣରେ ମଧ୍ୟ ତୁଳସୀ ପତ୍ର ସହାୟକ।
– କ୍ୟାଲସିୟମ୍ ଭରପୂର ପାନପତ୍ର ଚୋବାଇଲେ ଆମ ପାଚନ ତନ୍ତ୍ର ଉତ୍ତମ ହେଉଥିବାର ବିଶେଷଜ୍ଞଙ୍କ ମତ। n

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories