www.samajalive.in
Monday, December 15, 2025
26.1 C
Bhubaneswar

ସର୍ବାଧିକ ୧୦ ଦିନ ମଧ୍ୟରେ ମିଳିବ ଆବାସ ପ୍ରମାଣପତ୍ର

ଭୁବନେଶ୍ୱର: ରାଜ୍ୟରେ ଏଣିକି ସର୍ବାଧିକ ୧୦ ଦିନ ମଧ୍ୟରେ ଜନସାଧାରଣଙ୍କୁ ଆବାସ ପ୍ରମାଣ ପତ୍ର ମିଳିବ। ପୂର୍ବଭଳି ଆଉ ଦିନ ଦିନ ଧରି ଏଥିପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ। ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇଁ ସମୟ ସୀମା ସ୍ଥିର କରିଛନ୍ତି।

ସରକାରୀ ସ୍ତରରେ ଧାର୍ଯ୍ୟ ସମୟ ସୀମା ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗ, ଏସଇବିସି ଆଦି ପ୍ରମାଣପତ୍ର ସର୍ବାଧିକ ୧୫ ଦିନ ମଧ୍ୟରେ ମିଳିବ। ସେହିଭଳି ଆୟ ସମ୍ପର୍କିିତ ପ୍ରମାଣ ପତ୍ର ସର୍ବାଧିକ ୧୦ ଦିନ, ନିର୍ବିବାଦୀୟ ମ୍ୟୁଟେସନ ମାମଲାର ସମାଧାନ ସର୍ବାଧିକ ୭ ଦିନ ଏବଂ ଅଭିଭାବକତ୍ୱ ପ୍ରମାଣପତ୍ର ସର୍ବାଧିକ ୩୦ ଦିନ ମଧ୍ୟରେ ରାଜ୍ୟବାସୀଙ୍କୁ ଯୋଗାଇବା ବ୍ୟବସ୍ଥା କରାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories