www.samajalive.in
Sunday, December 7, 2025
14.1 C
Bhubaneswar

ଅଲିମ୍ପିକ କ୍ରୀଡା ଗ୍ରାମରେ ଠାବ ହେଲେ ପ୍ରଥମ କରୋନା ସଂକ୍ରମିତ

ଟୋକିଓ: ଏଠାରେ ଆୟୋଜନ କରାଯାଇଥିବା ୨୦୨୦ ଅଲିମ୍ପକ୍ସ କ୍ରୀଡାର କ୍ରୀଡାବିତ ରହିବା ପାଇଁ ନିର୍ଦ୍ଧାରିତ କ୍ରୀଡା ଗ୍ରାମ (ସ୍ପୋର୍ଟସ ଭିଲେଜ)ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ଅଲିମ୍ପିକ୍ସ ଆୟୋଜନ କମିଟି ଉକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିଛନ୍ତି। ସୂଚନାଯୋଗ୍ୟ ଯେ ବିଶ୍ୱର ଏହି ସର୍ବବୃହତ କ୍ରୀଡା ମହୋତ୍ସବ ନିମନ୍ତେ କୋଭିଡ ମହାମାରୀ ପାଇଁ ଚଳିତ ଥର ସର୍ବାଧିକ କଟକଣା ଲାଗୁ କରାଯାଇଛି। ବିନା ଦର୍ଶକରେ ଷ୍ଟାଡିୟମରେ କ୍ରୀଡା ପ୍ରତିଯୋଗିତା ଆୟୋଜନ ବ୍ୟବସ୍ଥା କରାଯାଇଛି। ଏଥିସହିତ କ୍ରୀଡାସ୍ଥଳକୁ ଯେଭଳି କେହି ପହଞ୍ଚିପାରିବେ ସେଥିପାଇଁ ଜାପାନ ସରକାର ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛନ୍ତି। ଏସବୁ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେବାର ଛଅଦିନ ପରେ ଶନିବାର ଜଣଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ଟୋକିଓ ଅଲିମ୍ପିକ୍ସ ଆୟୋଜନ କମିଟିର ମୁଖପାତ୍ର ମାସା ତାକାୟା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କ୍ରୀଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନଂ ସଂକ୍ରମଣ ଚିହ୍ନଟ ହୋଇଛି। କ୍ରୀଡାବିତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଏହା ଜଣାପଡିଥିଲା। ତାଙ୍କୁ ତୁରନ୍ତ କ୍ରୀଡା ଗ୍ରାମରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ ସଂପ୍ରତି କ୍ରୀଡାଗ୍ରାମରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ କ୍ରୀଡାବିତ ଓ କ୍ରୀଡା ଅଧିକାରୀ ଅବସ୍ଥାନ କରୁଛନ୍ତି। ଟୋକିଓ ୨୦୨୦ ଅଲିମ୍ପିକ୍ସର ମୁଖ୍ୟ ଆୟୋଜକ ଶିକୋ ହାଶିମୋତୋ କହିଛନ୍ତି, କ୍ରୀଡାସ୍ଥଳରେ ମହାମାରୀ ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ସେମାନେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯଦି ସଂକ୍ରମଣ ଅଧିକ ପରିଲକ୍ଷିତ ହୁଏ ତେବେ ତାହାର ମୁକାବିଲା କରିବାକୁ ସେମାନଙ୍କ ନିକଟରେ ବିକଳ୍ପ ଯୋଜନା ମଧ୍ୟ ରହିଛି। ସୂଚନାଯୋଗ୍ୟ ଯେ ମହାମାରୀ କାରଣରୁ ଏହି ବିଶ୍ୱ କ୍ରୀଡାକୁ ଗତବର୍ଷ ସ୍ଥଗିତ ରଖାଯାଇଥିଲା।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories