www.samajalive.in
Thursday, December 11, 2025
13.1 C
Bhubaneswar

ସରକାରୀ ସ୍କୁଲ ପିଲାଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ସ୍ଥାନ ସଂରକ୍ଷଣ ନେଇ ଉତ୍ସାହ

ଟିଟିଲାଗଡ଼ : ସରକାରୀ ସ୍କୁଲରେ ଶିକ୍ଷାର ମାନ ନେଇ ସବୁବେଳେ ସମାଲୋଚନା। ଏପରିକି ସରକାରୀ ସ୍କୁଲର ଶିକ୍ଷକ ନିଜ ପୁଅ ଝିଅଙ୍କୁ ସରକାରୀ ସ୍କୁଲରେ ମାଗଣା ପାଠ ପଢାଇବା ପାଇଁ ପଛଘୁଞ୍ଚା ଦେଉଥିବା ସର୍ବଦା ଚର୍ଚ୍ଚାର ବିଷୟ ହୋଇଆସିଛି। ସରକାରୀ ସ୍କୁଲ କେବଳ ଗରିବ ଅବହେଳିତଙ୍କ ପାଇଁ ହିଁ ଉଦ୍ଦିଷ୍ଟ ବୋଲି କୁହାଯାଏ। ଏପରିପ୍ରେକ୍ଷୀରେ ନେତା, ପ୍ରଶାସକ ତଥା ସରକାରୀ ଚାକିରିଆ ନିଜ ପୁଅଝିଅଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଆଗଭର ହେଲେ ହିଁ ଶିକ୍ଷାର ମାନ ସୁଦୃଢ ହେବ ବୋଲି ସାଧାରଣରେ ଦାବି ହୋଇଆସୁଛି। ଏଭଳିସ୍ଥଳେ ରାଜ୍ୟ ସରକାର ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପରୀକ୍ଷାରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଧିବଦ୍ଧ ଭାବରେ ରାଜ୍ୟ କ୍ୟାବିନେଟରେ ମୋହର ଲଗାଇବା ଉତ୍ସାହ ସୃଷ୍ଟି କରିଛି। ସୋମବାର ସନ୍ଧ୍ୟାରେ ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ପରିସରରେ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ରାଜ୍ୟ ସରକାରଙ୍କ ଏଭଳି ପ୍ରୋତ୍ସାହନକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories