www.samajalive.in
Saturday, December 6, 2025
17.1 C
Bhubaneswar

ସରକାରୀ ଯୋଜନାର ସାମିଲ ପାଇଁ ପକ୍ଷାଘାତ ରୋଗୀ ରାମେଶ୍ୱରର ଆକୁଳ ନିବେଦନ

କଲମପୁର : ମହାପୃ ମୋତେ ଭତ୍ତା ଗୋଟେ କରି ଦିଅ। ମୋର ଭଙ୍ଗା ଘର ମକେ ଘର। କେତେବେଲେ ଭାଙ୍ଗିଯିବା। ଘର ଗୋଟେ ଯୋଗେଇ ଦିଅ। ଏ ହେଉଛି ସାନକୁଟୃ ମାଲପଡାର ରାମେଶ୍ୱର ବିହାରୀର ଆକୁଳ ନିବେଦନ। ଯିଏକି ଗତ ୫ ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଇ ଏବେ ଶଯ୍ୟାଶାୟୀ। ବୟସ ଷାଠିଏ ଅତିକ୍ରାନ୍ତ କରି ସାରିଲାଣି। ନିଜର ସମ୍ପତି କହିଲେ ୧୯୭୯ ମସିହାରେ ସରକାରଙ୍କ ତରଫରୁ ମିଳିଥିବା ଇନ୍ଦିରା କଲୋନୀର ଘର ଖଣ୍ଡିକ। ୪୦ ବର୍ଷର ଘର ଏବେ ଭଙ୍ଗା ଦଦରା ଅବସ୍ଥାରେ। ତିନି ଝିଅ ବିବାହ ପରେ ଦୁଇ ବୁଢା ବୁଢି ଏବେ ଏକାକୀ। ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳିଥାଏ। ଗରିବ ନିଷ୍ପେସିତ ପରିବାରର ବୋଝ ଉପରେ ନଳିତା ବିଡା ସ୍ୱରୁପ ଗତ ୫ ବର୍ଷ ହେବ ରାମେଶ୍ୱର ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଇ ଏବେ ଶଯ୍ୟାଶାୟୀ। ନିଜର ସ୍ନାନ ଶୌଚାଦି କାମ କରିବାରେ ସେ ଅସମର୍ଥ। ସ୍ତ୍ରୀ ଲକ୍ଷ୍ମୀ ସ୍ୱାମୀର ସେବା କରୁଥିବା ବେଳେ ମୂଲ ଲାଗିବା ସମ୍ଭବ ହେଉନାହିଁ। ସରକାରୀ ସହାୟତା କହିଲେ କେବଳ ଉଭୟଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ମାସିକ ମିଳୁଥିବା ମାତ୍ର ୧୦ କେଜି ଚାଉଳ। ଏହି ୧୦ କେଜି ଚାଉଳରେ ଚଳିବା କଷ୍ଟ ହେଇ ପଡୁଛି। ଅନ୍ୟପଟେ ପକ୍ଷାଘାତ ଯୋଗୁଁ ୭୫ ପ୍ରତିଶତ ଭିନ୍ନକ୍ଷମ ହେଇଥିବା ରାମେଶ୍ୱର ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ହେବା ପରିତାପର ବିଷୟ। ଏହାସହ ନିଜେ ସକ୍ଷମ ନଥିବା ବେଳେ ଘର ସଜାଡିବାରେ ଅର୍ଥ ବାଧକ। ତେଣୁ ଘର ଏବେ ବିପଦ ସଂକୁଳ ଅବସ୍ଥାରେ। ଆବାସ ଯୋଜନା ମଧ୍ୟ ଏହି ଅସହାୟ ପରିବାର ପାଇଁ ସାତ ସପନ ପାଲଟିଛି।
ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ର ସରକାର କେହି ଅସହାୟ ମାଟି କୁଡିଆରେ ରହିବେ ନାହିଁ ବୋଲି ଘୋଷଣା କରି ଚାଲିଛନ୍ତି। କିନ୍ତୁ ରାମେଶ୍ୱର ଭଳି ଅନେକ ଅସହାୟ ଏବେ ମଧ୍ୟ ଭଙ୍ଗା ଦଦରା କୁଡିଆରେ ଅସହାୟ ଜୀବନ ଜିଉଁଛନ୍ତି। ଏହି ଅସହାୟ ପରିବାରକୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories