www.samajalive.in
Friday, December 5, 2025
26.1 C
Bhubaneswar

ହରଭଙ୍ଗା : ୭ଟି ସ୍ଥାନରେ ଅଗ୍ନିକାଣ୍ଡ,ଅଗ୍ନିଶମ ବାହିନୀ ନାକେଦମ୍‍

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ବୁଧବାର ୭ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟଣା ହରଭଙ୍ଗା ଅଗ୍ନିଶମ ବିଭାଗର ନିଦ ହଜେଇ ଦେଇଛି। ଏକାବେଳେ ଗୋଟିଏ ପରେ ଗୋଟିଏ ସ୍ଥାନରେ ଅଗ୍ନିକାଣ୍ଡ ଯୋଗୁଁ ଅଗ୍ନିଶମ ବିଭାଗ ନିଆଁ ଆୟତ ପାଇଁ ପୋଡଶୀ କନ୍ଧମାଳ ଜିଲ୍ଲା ଏବଂ ବୌଦ୍ଧ ଅଗ୍ନିଶମ ବାହିନୀର ସହାୟତା ଲୋଡିଥିବା ମଧ୍ୟ ଦେଖିବାକୁ ମିଳିଛି। ଏଭଳି ଘଟଣା ଅଗ୍ନିଶମ ବାହିନୀ ପାଇଁ ଚ୍ୟାଲେଞ ସୃଷ୍ଟି କରିଥିବା ବେଳେ ଏକା ସମୟରେ ଅଗ୍ନିକାଣ୍ଡ ପାଇଁ ବିଭାଗର ପ୍ରସ୍ତୁତ ଉପରେ ମଧ୍ୟ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମତେ ଆଜି ସକାଳେ ଛତ୍ରଙ୍ଗ ପରେ ରୁଗୁଡିପାଲ୍ଲୀ, ଶରଦ୍ଧାପୁର, ରତନପୁର, ଛେଳିଲେଣ୍ଡି, ଗୋଛାବାରୀ, ଧଳପୁର-ପୁରୁଣାକଟକ ନିର୍ମାଣସଂସ୍ଥାର କ୍ୟାମ୍ପ ଭଳି ୭ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା।

- Advertisement -

ଛତ୍ରଙ୍ଗ, ରୁଗୁଡିପାଲ୍ଲୀ, ଶରଦ୍ଧାପୁର,ରତନପୁର, ଛେଳିଲେଣ୍ଡି ଭଳି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ରୁ୬ଟି ପାଳଗଦା ଜଳିଯାଇଥିଲା। ସେହିପରି ଆଡେଣିଗଡ ପଞ୍ଚାୟତ ଗୋଛାବାରୀ ଗ୍ରାମର ଅଲେଖ ବଘାରଙ୍କ ଘରେ ଜଙ୍ଗଲ ନିଆଁରୁ ଅଗ୍ନିକାଣ୍ଡ ଘଟି ତାଙ୍କର ୩ବଖରା ଚାଳ ଘର ସହିତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ କନ୍ଧମାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ। ବୌଦ୍ଧ ଅଗ୍ନିଶମବାହିନୀ ଛେଳିଲେଣ୍ଡି ରେ ପଂହଚି ନିଆଁକୁ। ଅନ୍ୟ ୫ଟି ସ୍ଥାନରେ ହରଭଙ୍ଗା ଅଗ୍ନିଶମ ବାହିନୀ ପଂହଚି ନିଆଁକୁ ଆୟତ କରିଥିଲେ।ସୂଚନା ଥାଉ କି ଗତ ୨୦୦୯ରେ ହରଭଙ୍ଗାବ୍ଲକ ଚାରିଛକରେ ନୂତନ ଅଗ୍ନିଶମ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଥିଲା। ଏଥିପାଇଁ ଦୁଇଟି ଦମକଳ ଗାଡି ସହିତ ୧୦ଜଣ ଫାୟାର ମ୍ୟାନ,ଦୁଇଜଣ ହାବିଲଦାର ଦୁଇଜଣ ଡ୍ରାଇଭର ଏବଂ ଜଣେ ଫାୟାର ଅଫିସର ନିଯୁକ୍ତି କରାଗଲା। ମାତ୍ର କାର୍ଯ୍ୟାଳୟ ଶୁଭାରମ୍ଭ ୧୨ବର୍ଷ ପରେ ବି ହରଭଙ୍ଗା ଅଗ୍ନିଶମ କାର୍ଯ୍ୟାଳୟରେ ୩ଜଣ ଫାୟାର ମ୍ୟାନ ଏବଂ ଜଣେ ଅଫିସର ପଦବୀ ଖାଲିପଡ଼ିଛି। ଏହା ସହିତ ନିଆଁ ଲିଭାଇବା ପାଇଁ ମାତ୍ର ଦୁଇଟି ଗାଡିର ଅବସ୍ଥା ଠିକନଥିବା ବ୍ଲକ ଅଞ୍ଚଳରେ ଏକାସାଙ୍ଗେ ଅଗ୍ନିକାଣ୍ଡ ଘଟିଲେ ଏହାର ସୁରକ୍ଷା କରିବା ବିଭାଗ ପକ୍ଷେ ମୁସ୍କିଲ ହୋଇପଡୁଛି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ ପଦବୀ ପୂରଣ ସାଙ୍ଗକୁ ନୂତନ ଗାଡି ଯୋଗାଇଦେବାକୁ ଦାବୀ ହେଉଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories