www.samajalive.in
Sunday, December 7, 2025
18.1 C
Bhubaneswar

ଅତାବିରାରେ ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା…..

ଅତାବିରା : ବରଗଡ଼ ଜିଲ୍ଳା ଅତାବିରା ସରକାରୀ ବେସରକାରୀ ତଥା ସ୍କୁଲ କଲେଜ ମାନଙ୍କରେ କରୋନା କଟକଣା ଓ ସାମାଜିକ ଦୂରତାକୁ ଆଖି ଆଗରେ ରଖି ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। କରୋନା ଯୋଗୁଁ ଜନଗହଳି, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ ଦେଇ କେବଳ ପ୍ରଶାସନିକ ଅଧିକାରୀମାନେ ତଥା ସ୍କୁଲ କଲେଜ ମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପତାକା ଉତ୍ତୋଳନ ହୋଇଥିଲା। ଏହି ଦିବସରେ ସକାଳ ୮ଟା ୩୦ ସମୟରେ ଅତାବିରା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଓ ବ୍ଲକ ର ସମସ୍ତ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ। ତହସିଲ କାର୍ଯ୍ୟାଳୟରେ ତହସିଲଦାର ଦୁର୍ୟ୍ୟୋଧନ ଭୋଇ, ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନ, ଏନଏସି ରେ ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭରାସାଗର, ଆର.ଏମ୍. ସି   କାର୍ଯ୍ୟଳୟରେ ଉପାଧ୍ୟକ୍ଷ ସୁଦାମ ଜାଲ, ବିଦ୍ୟୁତ ବିଭାଗ ର ତିନୋଟି କାର୍ଯ୍ୟାଳୟ ଯଥା ଲାଦେର ପାଲି ରେ ଏସ୍‌ଡ଼ିଓ ବିଜୟ ବେହେରା, ଅତାବିରା ସେକ୍ସନରେ ସଂଜୀବ ନାଏକ, ରେଙ୍ଗାଲିକ୍ୟାମ୍ପରେ ଅଜୟ ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକାରୀ ରବିନାରାୟଣ ମିଶ୍ର, କୃଷି କାର୍ଯ୍ୟାଳୟର ଅଧ୍ୟକ୍ଷ ଅରୁକୂଳ ସାହୁ, ରେଙ୍ଗାଲିକ୍ୟାମ୍ପ କେନାଲ ବିଭାଗରେ ବିଭାଗୀୟ ଅଧିକାରୀ ରବୀନ୍ଦ୍ର କୁମାର ସେଠି, ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗରେ ସାଇମନ ଟପୋ, ଅଗ୍ନିଶମ ବିଭାଗରେ ମୁଖ୍ୟ ଅଗ୍ନିକ ରବିନାରାୟଣ ସାହୁ, ସେହିପରି ଅତାବିରା ନୋଡାଲ ଉଚ୍ଚ ବାଳକ ବିଦ୍ୟାଳୟରେ ଦାନୀଏଲ ନନ୍ଦ, ବାଳିକା ଉଚ୍ଚ ବିଦ୍ୟାଳୟରେ ସୁରେନ୍ଦ୍ର ବେହେରା, ଗୋଡ଼ଭଗା ଜନତା ହାଇସ୍କୁଲରେ ଅଦନ ସୁନା, ଟୋପ ହାଇସ୍କୁଲରେ ବାଳମୁକୁନ୍ଦ ସାହୁ, ସିଂହପାଲିରେ ପ୍ରଦୀପ ଦାଶ, ବାବେବିରାରେ ନିତ୍ୟାନନ୍ଦ ପ୍ରଧାନ, ହିର୍ଲୀ ପାଲି ହାଇସ୍କୁଲରେ ଆନନ୍ଦ ସାହୁ, ଲରମ୍ଭା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ, ପାହାଡ଼ ଶ୍ରୀଗିଡା କଲେଜରେ ରାମ ସାହୁ, କାଦୋବାହାଲ କଲେଜରେ ସୁରେନ୍ଦ୍ର ଦାଶ, ଟାମ୍ପରସରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ, ଟାମ୍ପରସରା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଗୀତକ୍ଷରାଣୀ ସେଠ, ତଳି ଟାମ୍ପରସରା ପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ନାଗରିକ ଗିରି ଗୋବର୍ଦ୍ଧନ ଦାଶ, ମହୋଦଧି ଛାତ୍ରାବାସରେ ସିଦ୍ଧେଶ୍ୱର ପ୍ରଧାନ, ମହାନଦୀ ଛାତ୍ରାବାସ ରେ ଗଣେଶ ସିଂ, ଗଂଗୋତ୍ରୀ ଛାତ୍ରୀ ନିବାସରେ ଦିବ୍ୟାଭାରତୀ ନାଏକ ଓ ବରିଷ୍ଠ ନାଗରିକ ସଂଘରେ ସଭାପତି ବେଣୁଧର ମିଶ୍ର ପତାକା ଉତ୍ତୋଳନ କରିଥିଲେ । ସମସ୍ତ ଅନୁଷ୍ଠାନରେ ସାଧାରଣ ତନ୍ତ୍ର ଦିବସ ଆଜି ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories