ଗଣତନ୍ତ୍ର ଦିବସ ୨୦୧୯; ମିଷ୍ଟର ଭାରତ କୁମାର
ବଲିଉଡରେ ଦେଶଭକ୍ତିକୁ ଅନେକ ଫିଲ୍ମ ନିର୍ମାଣ ହୋଇଛି । ଯଦି ଆମେ ଦେଶଭକ୍ତି ଫିଲ୍ମ ବିଷୟରେ କଥା ହେବା ତେବେ ଆପେଆପେ ମନକୁ ମନୋଜ କୁମାର ଚେହେରା ଆସିଥାଏ । କାରଣ ଦେଶଭକ୍ତି କାହାଣୀକୁ ନେଇ ମନୋଜ କୁମାର ଅନେକ ହିଟ୍ ଫିଲ୍ମ ନିର୍ମାଣ କରିଛନ୍ତି । ଏହି ପିଲ୍ମଗୁଡିରେ ସେ ଅଭିନୟ କରିଥିବା ବେଳେ କେତେକ ଫିଲ୍ମରେ ନିର୍ଦେଶନା ମଧ୍ୟ ହେଇଛନ୍ତି । ତେଣୁ ମନୋଜ କୁମାର ଭାରତ କୁମାର ନାମରେ ପରିଚିତ ।
ମନୋଜ କୁମାର ‘ଶହୀଦ’,‘ ରୋଟି କପଡା ଅର୍ ମକନା’, ‘ଉପକାର’, ‘ପୂରବ ଅର୍ ପଶ୍ଚିମ’ ଏବଂ ‘କ୍ରାନ୍ତି’ ଭଳି ସୁପରହିଟ୍ ଫିଲ୍ମ ସେ ଦେଶବାସୀଙ୍କୁ ଭେଟି ଦେଇଛନ୍ତି । ‘ବେଇମାନ’ ଫିଲ୍ମ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ନାମକ ଏବଂ ‘ରୋଟି କପଡା ଅର୍ ମକନା’ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ନିର୍ଦେଶକ ଆୱାର୍ଡ ମିଳିଥିଲା ।
ଗଣତନ୍ତ୍ର ଦିବସ ଅବସରରେ ଅଭିନେତା ମନୋଜ କୁମାରଙ୍କୁ ମନେ ପକାଇବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ତାଙ୍କର ପ୍ରାୟ ସବୁ ଫିଲ୍ମ ଦେଶଭକ୍ତିକୁ ନେଇ ନିର୍ମାଣ ହୋଇଥାଏ । ୧୯୬୫ରେ ମୁକ୍ତିଲାଭ କରିଥିବା ‘ଶହୀଦ’ ଫିଲ୍ମରେ ମନୋଜ କୁମାର ନିକ୍ଷୁଣ ଅଭିନୟ କରିଥିଲେ । ଏହି ଫିଲ୍ମଟି ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଜୀବନ ଉପରେ ଆଧାରିତ ଥିଲା । ଏପରିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏହି ପିଲ୍ମରୁ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲେ । ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ପରେ ଦେଶବାସୀଙ୍କ ମନୋବଳ ବଢାଇବା ପାଇଁ ଲାଲବାହାଦୁର ଶାସ୍ତ୍ରୀ ଏହି ଫିଲ୍ମ ନିର୍ମାଣ କରିବାକୁ କହିଥିଲେ । ଯାହା ‘‘ଜୟ ଜବାନ ଜୟ କିସାନ’’ ସ୍ଲୋଗାନକୁ ସାର୍ଥକ କରିଥିଲା ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଆଗ୍ରହକୁ ଦୃଷ୍ଟରେ ରଖି ମନୋଜ କୁମାର ‘ଉପକାର’ ଫିଲ୍ମ ନିର୍ମାଣ କରିଥିଲେ । ୧୯୬୭ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ‘ମେରେ ଦେଶ କି ଧରତୀ’ ଗୀତ ବହୁ ଲୋକପ୍ରିୟ ହୋଇଥିଲା। ମନୋଜ କୁମାର ଏହି ଫିଲ୍ମର ଲେଖକ, ନିର୍ଦେଶକ ହୋଇଥିବା ବେଳେ ଅଭିନୟ ମଧ୍ୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ନିର୍ଦେଶକ ଆୱାର୍ଡ ମିଳିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମର ଏକ ରୋଲ ପାଇଁ ରାଜେଶ ଖାନ୍ନାଙ୍କୁ ମିଳିଥିଲା। କିନ୍ତୁ ଯେତେବେଳେ ଅଲ୍ ଇଣ୍ଡିଆ ଟ୍ୟାଲେଣ୍ଡ କନଟେଷ୍ଟ ଆୟୋଜିତ ହୋଇଥିଲା । ସେହି ସମୟରେ ରାଜେଶ ଖାନ୍ନାକୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ପ୍ରେମ ଚୋପଡାକୁ ନିଆଯାଇଥିଲା।
୧୯୯୨ରେ ଭାରତ ସରକାର ମନୋଜ କୁମାରଙ୍କୁ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ କରିଥିଲେ । ତାଙ୍କର ଶେଷ ଫିଲ୍ମ ‘ମୈଦାନ ଏ ଜଙ୍ଗ’ ୯୦ ଦଶକରେ ଆସିଥିଲା । ଏହି ଫିଲ୍ମରେ ସେ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରୁଥିବା ଦେଖିବାକୁ ମିଳିଥିଲା। ୨୦୧୬ରେ ସିନେମା ଜଗତର ସବୁଠୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍କେ ଆୱାର୍ଡ’ ରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ବୈଜୟନ୍ତୀ ନାୟକ