ସାଧାରଣତନ୍ତ୍ର ଦିବସର ଇତିହାସ

0

୧୯୨୦ ମସିହାରେ ଲାହୋରରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନ ହୋଇଥିଲା। ସେଥିରେ ଏକ ପ୍ରସ୍ତାବ ପାରିତ ହୋଇ ଘୋଷଣା କରାଯାଇଥିଲା ଯେ, ଜାନୁଆରୀ ୨୬, ୧୯୩୦ ମଧ୍ୟରେ ଇଂରେଜ ସରକାର ଭାରତକଚ ନିଜର ସାର୍ବଭୌମତ୍ବ ପ୍ରଦାନ ନ କରିବେ, ତେବେ ଭାରତରୁ ବିଟ୍ରିଶ ସାମ୍ରାଜ୍ୟରୁ ଅଲଗା ହୋଇ ସ୍ବୟଂ ଶାସିତ ଦେଶ ହୋଇଯିବ। ଏବଂ ଭାରତକୁ ସ୍ବତନ୍ତ୍ର ଘୋଷଣା କରାଯିବ।

ୱିକିପିଡିଆ ଅନୁଯାୟୀ, ୧୯୩୦ ଜାନୁଆରୀ ୨୬ ତାରିଖ ଦିନ ଇଂରେଜ ସରକାର କିଛି ନ କରିବା ଯୋଗୁଁ କଂଗ୍ରେସ ସେହି ଦିନ ଭାରତକୁ ପୂର୍ଣ୍ଣ ସ୍ବତନ୍ତ୍ରତା ଦେଶ ଭାବେ ଘୋଷଣା କଲେ।

prayash

ଭାରତ ମୁକ୍ତ ହୋଇଯିବା ପରେ ସମ୍ବିଧାନ ସଭାର ଘୋଷଣା ହେଲା ଓ ସମ୍ବିଧାନ ପ୍ରଣୟନ କାର୍ୟ୍ୟ ୧୯୪୭ ଡିସେମ୍ବର ୯ତାରିଖରେ ଆରମ୍ଭ ହୋଇଥିଲା। ସମ୍ବିଧାନ ପ୍ରସ୍ତୁତ ହେବା ପାଇଁ ୨ବର୍ଷ, ୧୧ମାସ, ୧୮ ଦିନ ସମୟ ଲାଗିଥିଲା। ସମ୍ବିଧାନ ସଭାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ୧୯୪୯ ମସିହା ନଭେମ୍ବର ମାସରେ ଭାରତକୁ ସମ୍ବିଧାନ ସମର୍ପି ଦେଇଥିଲେ। ତେଣୁ ଏହି ଦିନକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇଥାଏ।

ସମ୍ବିଧାନରେ କିଛି ସୁଧାର କରି ୩୦୮ ସଦସ୍ୟମାନେ ୨୪ ଜାନୁଆରୀ ୧୯୫୦ମସିହାରେ ଦୁଇଟି ହସ୍ତଲିଖିତ ଦସ୍ତାବିଜରେ ଦସ୍ତଖତ କରିଥିଲେ। ଏହାର ଦୁଇ ଦିନ ପରେ ଅର୍ଥାତ ଜାନୁଆରୀ ୨୬ ତାରିଖ ଦିନ ସମ୍ବିଧାନ ଭାରତରେ କାର୍ୟ୍ୟକାରୀ ହୋଇଥିଲା। ସମ୍ବିଧାନ କାର୍ୟ୍ୟକାରୀ ହୋଇଥିବା ଦିନଟିକୁ ମନେ ରଖିବା ପାଇଁ ସମ୍ବିଧାନ ନିର୍ମାଣ ସଭା ଦ୍ବାରା ଏହାକୁ ସାଧାରଣତନ୍ତ୍ର ଦିବସ ରୂପେ ଘୋଷଣା କରାଗଲା।

ପ୍ରଜ୍ଞାସିନୀ ମଲ୍ଲିକ

kalyan agarbati
Leave A Reply