www.samajalive.in
Saturday, December 6, 2025
19.1 C
Bhubaneswar

ଶେଷ ୨ଟି ଦିନିକିଆ, ଟି୨୦ ସିରିଜ୍‌ରୁ କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ : ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଶେଷ ୨ଟି ଦିନିକିଆ ଏବଂ ଏହାପରେ ହେବାକୁ ଥିବା ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳିବେନାହିଁ। ବୁଧବାର ବିସିସିଆଇ ଏହା ଘୋଷଣା କରିଛି। କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଶେଷ ୨ଟି ଦିନିକିଆ ଏବଂ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ବ ନେବେ। ତେବେ ଉପରୋକ୍ତ ୨ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ପାଇଁ କୋହଲିଙ୍କ ବଦଳ ଖେଳାଳିଙ୍କ ନାମ ବିସିସିଆଇ ଘୋଷଣା କରିନାହିଁ।
କୋହଲିଙ୍କୁ ବିଶ୍ରାମ ମିଳିଥିବାରୁ ଗତ ଏକ ଦଶନ୍ଧି ମଧ୍ୟରେ ଉପମହାଦେଶ ବାହାରେ ବିରାଟ କୋହଲିଙ୍କ ବିନା ଭାରତ ସୀମିତ ଓଭର ସିରିଜ୍ ଖେଳିବ। ନିକଟରେ ଭାରତୀୟ ସିନିୟର ମନୋନୟନକାରୀ ସୂଚନା ଦେଇଥିଲେ ଯେ ଆସନ୍ତା ବିଶ୍ବକପକୁ ଦେଖି ଦଳର ସିନିୟର ଖେଳାଳିଙ୍କୁ ଫିଟ୍‌ ରଖିବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଭାର କମ୍‌ କରିବାର ଯୋଜନା ରହିଛି। ଗତ ମାର୍ଚ୍ଚରେ କୋହଲି ଶ୍ରୀଲଙ୍କାରେ ଖେଳା ଯାଇଥିବା ନିଦାହାସ୍ ଟ୍ରଫି ଟ୍ବେଣ୍ଟି୨୦ ସିରିଜ୍‌ରେ ଖେଳିନଥିଲେ। ପରେ ଆଫ୍‌ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ଏବଂ ଏସିଆ କପ୍‌ର କିଛି ଅଂଶ ଖେଳିନଥିଲେ। ବିଶ୍ବକପ୍ ଲାଗି ଫିଟ୍ ରଖିବା ପାଇଁ ଯଶପ୍ରୀତ ବୁମ୍‌ରାଙ୍କୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ନ୍ୟୁଜିଲାଣ୍ଡରୁ ସ୍ବଦେଶ ଫେରିବା ପରେ ଭାରତୀୟ ଦଳ ଘରୋଇମାଟିରେ ଅଷ୍ଟ୍ରେଲିଆ ବିପକ୍ଷ​‌େ​‌ର ସୀମିତ ଓଭର ସିରିଜ୍ ଖେଳିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories