ସେବା ପାଇବା ନାଁରେ ଡକାୟତି କଲେ ଡକାୟତ, ଏମତି କରିଥିଲେ ଯୋଜନା

ରେଙ୍ଗାଲି -ରେଙ୍ଗାଲି ରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜନଗହଲି ପୂର୍ଣ ରେଙ୍ଗାଲି ବସଷ୍ଟାଣ୍ଡ ପାଖ ଡେଲି ମାର୍କେଟ ନିକଟସ୍ଥ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ପାର୍ଶ୍ବ ରେ ଥିବା ଏସବିଆଇ କେନ୍ଦ୍ର କୁ ଦିନ ପ୍ରାୟ ୧୦ ଟା ସମୟରେ ୩ଜଣ ଡକାୟତ ପଶି ୨ଟି ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟ୍ କରି ଚମ୍ପଟ ମାରିଛନ୍ତି। ଦୁର୍ବୃତ୍ତମାନେ ଏକ ନମ୍ବର ବିହୀନ ପଲସର ବାଇକ୍ ରେ ଫେରାର ମାରିଥିବାର ପ୍ରକାଶ।

prayash

ସୂଚନାଯୋଗ୍ୟ ଯେ ରେଙ୍ଗାଲି ଚାଉଳଡିପୋ ର ମାନସ କୁମାର ମାହାଣା ରେଙ୍ଗାଲି ବସ ଷ୍ଟାଣ୍ଡ ନିକଟରେ ଏକ ଏସ.ବି.ଆଇ ସେବା କେନ୍ଦ୍ର ଖୋଲିଛନ୍ତି। ଶନିବାର ସକାଳୁ ନିଜ ଘରୁ ୫୦ ହଜାର ଟଙ୍କା ନେଇ ସେବା କେନ୍ଦ୍ର ଖୋଲିଥିଲେ । ଏହି ସମୟରେ ୩ ଜଣ ଯୁବକ ଟଙ୍କା ଉଠାଇବାର ବାହାନା ରେ ସେବା କେନ୍ଦ୍ର କୁ ପଶି ଦୁଇଟି ବନ୍ଧୁକ ଦେଖାଇ ପାଟିତୁଣ୍ଡ କଲେ ଜୀବନ ରେ ମାରିଦେବା ର ଧମକ ଦେଇଥିଲେ ଏବଂ ଡ୍ରୟର୍ ରେ ଥିବା ୫୦ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ମାନସ ସଙ୍ଗେ ସଙ୍ଗେ ରେଙ୍ଗାଲି ଥାନା କୁ ଖବର ଦେଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରେ ପୋଲିସ ଏକ ଗାମୁଛା ଜବତ କରିଛି। ପୋଲିସ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରି ତନାଘନା ଜାରି ରହିଛି । ଲୁଟେରା ମାନଙ୍କୁ ଶୀଘ୍ର ଧରାଯିବ ବୋଲି ଆଇଆଇସି ସୁଦର୍ଶନ ପଣ୍ଡା କହିଛନ୍ତି। ସ୍ପଷ୍ଟ ଦିବାଲୋକ ରେ ଏଭଲି ଘଟଣା ଘଟିବା ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରିଛି। ଦୁର୍ବୃତ୍ତ ମାନେ ପୁଲିସ କୁ ଚାଲେଞ୍ଜ କଲା ଭଲି ଘଟଣା ଭିଆଇ ଚମ୍ପଟ ମାରିବା ଘଟଣା ଚର୍ଚ୍ଚା ର ବିଷୟ ହୋଇଛି।

Comments are closed.