www.samajalive.in
Thursday, December 11, 2025
14.1 C
Bhubaneswar

ସ୍ୱଚ୍ଛ ପରିବେଶର ଅସଲ ଚିତ୍ର ରେଙ୍ଗାଲିକ୍ୟାମ୍ପ ଛକ

ରେଙ୍ଗାଲିକ୍ୟାମ୍ପ: ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶ, ପିଲାମାନଙ୍କୁ ଘରେ ହେଉ ବା ସ୍କୁଲରେ ଏହି ଶିକ୍ଷା ଦିଆଯାଉଛି। କିନ୍ତୁ ଅତାବିରା ଏନ୍ଏସି ଦେଇ ଯାଇଥିବା ଜାତୀୟ ରାଜପଥ ରେଙ୍ଗାଲିକ୍ୟାମ୍ପ ଛକରେ ପଡ଼ି ରହିଛି କୁଢ଼ କୁଢ଼ ମଇଳା ଆବର୍ଜନା। ରାଜପଥରେ ପଡ଼ି ରହିଥିବା ଆବର୍ଜନାରୁ ସହର/ଏନଏସିର ପରିମଳ ବ୍ୟବସ୍ଥା ବେଶ୍ ଆକଳନ କରିହେବ। ଏହି ଛକରୁ ପାହରଶ୍ରିଗିଡା ରାସ୍ତାକୁ ଯିବା ପାର୍ଶ୍ବରେ, ଛକରେ, ତଥା ପପଙ୍ଗା ଯିବା ରାସ୍ତାରେ ପଡ଼ି ରହିଛି ଆବର୍ଜନା। ବର୍ଷା ଦିନରେ ଓଦା ହେଉଥିବାରୁ ତାକୁ ସଂଗ୍ରହ କରୁନାହାନ୍ତି ବୋଲି କର୍ମଚାରୀ କହନ୍ତି। ଏହି ଛକରେ ପ୍ରତ୍ୟହ ଶହ ଶହ ବସ୍ ଅଟକୁଛି। ଯାତ୍ରୀ ତଥା ଛାତ୍ରଛାତ୍ରୀ ଏଠାରେ ବସ୍‌କୁ ଅପେକ୍ଷା କରି ରହୁଛନ୍ତି। ପାଖରେ ଅନେକ ଉଠା ଜଳଖିଆ ଦୋକାନ, ବଜାର, ପରିବା ବଜାର ଆଦି ଲାଗି ରହୁଛି। ହଜାର ହଜାର ଲୋକଙ୍କ ଭିଡ଼ ତଥା ଯାତାୟତ ଲାଗି ରହୁଛି। ଏହି ଆବର୍ଜନା ବର୍ଷାରେ ସବୁଆଡେ ବ୍ୟାପୀ ସେଠାରେ ପଚି ସଢ଼ି ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ାଉଛି। ବର୍ତ୍ତମାନ ହଇଜା, ଡାଇରିଆ ଆଦି ସଂକ୍ରାମକ ରୋଗ ବ୍ୟାପୁଥିବାବେଳେ ଏହି ଆବର୍ଜନାମୟ ପରିବେଶ ଦେଖି ଲୋକେ ମନରେ ଭୟ କରୁଛନ୍ତି ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ।

ଆବର୍ଜନା କୁଣ୍ଡର ବ୍ୟବହାର ସହ ତାହା ନିୟମିତ ସଂଗ୍ରହ କରିବା, ଜନସାଧାରଣଙ୍କୁ ଆବର୍ଜନା କୁଣ୍ଡର ବ୍ୟବହାର ଦିଗରେ ସ୍ବତନ୍ତ୍ର ସଚେତନ ବା କଡ଼ାକଡ଼ି ନିର୍ଦ୍ଦେଶ ଦିଆଯିବା ଉଚିତ। ସ୍ବଚ୍ଛତା ପାଇଁ ରାତି ପାହିଲେ ବୁଲୁଛି ମଇଳା ସଂଗ୍ରହ ଗାଡ଼ି। କିନ୍ତୁ ଜାତୀୟ ରାଜପଥର ଆବର୍ଜନା ଉଠାଯାଉ ନାହିଁ। ଆବର୍ଜନା କୁଣ୍ଡ ପୂର୍ଣ୍ଣ ହୋଇ ମଇଳା ଆବର୍ଜନାର ପଚାସଢା ଗନ୍ଧ ସ୍ବତଃ ବିସରିତ ହୋଇ ପରିବେଶକୁ ବେଶ୍ ଦୁର୍ଗନ୍ଧମୟ କରୁଛି। ଆବର୍ଜନା ଗାଡ଼ିବାଲା ଗୀତ ବଜାଇ ବୁଲୁଛି, ଲୋକଙ୍କୁ ସଚେତନ କରୁଛି ମଇଳା ସଂଗ୍ରହରେ ସହଯୋଗ କରିବା ପାଇଁ, ହେଲେ ନିଜ ଦାୟିତ୍ବ ଭୁଲିଯାଉଛି। ଏବେ ବି କରୋନା ମହାମାରୀରୁ ଆମେ ସମ୍ପୂର୍ଣ୍ଣ ଭାବରେ ବର୍ତ୍ତି ପାରିନୁ। କିଛି ଦିନ ତଳେ ଆମେ ସ୍ବଚ୍ଛତା ଉପରେ ବହୁ ପରିମାଣରେ ସଚେତନ ହେଉଥିଲେ କରୋନା ଭୟରେ, କିନ୍ତୁ ଆଜି ଏମିତି ବିଶୃଙ୍ଖଳିତ ମନୋଭାବ ପରିବେଶ ତଥା ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ। ଏଥିପ୍ରତି ଏନଏସି କର୍ତ୍ତୃପକ୍ଷ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍। ଦାୟିତ୍ୱରେ ଥିବା କର୍ମଚାରୀମାନେ ତାଙ୍କର ଦାୟିତ୍ବ ଠିକ ଭାବରେ ତୁଲାଉଛନ୍ତି ନା ନାହିଁ ତାକୁ ଅନୁଧ୍ୟାନ କିମ୍ବା ତଦନ୍ତ କରାଯାଉ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ ରାଜ୍ୟ ତଥା ଦେଶ ବିଦେଶର ଅନେକ ପର୍ଯ୍ୟଟକ ଯାଉଛନ୍ତି। ଏମିତି ଆବର୍ଜନାମୟ ପରିବେଶ ତାଙ୍କ ମନରେ ଏହି ଅଞ୍ଚଳ ପ୍ରତି ଘୃଣା ଭାବ ସୃଷ୍ଟି କରୁଛି। ସ୍ବଚ୍ଛତା ପାଇଁ ଲୋକଙ୍କୁ ଭିନ୍ନ ଭିନ୍ନ ଆବର୍ଜନା ସଂଗ୍ରହ ପାଇଁ ଦୁଇରୁ ତିନିଟି ଡଷ୍ଟବିନ ଦିଆଯାଇଛି, ମଇଳା ସଂଗ୍ରହ ଗାଡ଼ିର ବ୍ୟବସ୍ଥା କରାଯାଇଛି, ଝାଡୁଦାର ରଖାଯାଇଛି। ପରିମଳ ପାଇଁ ବହୁତ୍ ପରିମାଣର ଅର୍ଥରାଶି ଖର୍ଚ୍ଚ କରାଯାଉଛି। ସହରକୁ ପଲିଥିନମୁକ୍ତ, ଆବର୍ଜନାମୁକ୍ତ ରଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ବ୍ୟାନର, ହୋର୍ଡିଂ ଆଦି ଲଗାଯାଉଛି। କିନ୍ତୁ ଏହି ଛକର ଅବସ୍ଥା ଆଜିବି ସୁଧୁରି ପାରୁନି। କାଗଜ କଲମରେ ସବୁ ଠିକ୍ ଚାଲିଛି, କିନ୍ତୁ ବାସ୍ତବ ଚିତ୍ର ବଖାଣୁଛି ଅସଲ କଥା। ତେବେ ଆଉ କେତେ ବର୍ଷ ପରେ ଏହି ଛକର ପରିମଳ ବ୍ୟବସ୍ଥା ସୁଧୁରିବ ତା’ ଅପେକ୍ଷାରେ ଅଞ୍ଚଳବାସୀ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories