www.samajalive.in
Tuesday, December 9, 2025
19.1 C
Bhubaneswar

‘ଆସନ୍ତୁ ବୃକ୍ଷରୋପଣ କରିବା, ଆଗାମୀ ଭବିଷ୍ୟତ ପାଇଁ ସ୍ୱଚ୍ଛ ପରିବେଶ ଗଢ଼ିବା’

ଭୁବନେଶ୍ବର: କଲ୍ୟାଣ ଅଭିଯାନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ବର ଭିଏସ୍ଏସ୍ ନଗର ସାଇବର ଥାନା ନିକଟସ୍ଥ ପଡ଼ିଆରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଡ. ପ୍ରକାଶ ତ୍ରିପାଠୀ ଯୋଗଦେଇ କଲ୍ୟାଣ ଅଭିଯାନ ଟ୍ରଷ୍ଟର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ଆଗକୁ କିଭଳି ଅଧିକ ଚାରାରୋପଣ କରାଯାଇପାରିବ, ସେ ଦିଗ ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତଥା ଓଡ଼ିଶା ପତ୍ରିକାର ସମ୍ପାଦକ ଚିଦାନନ୍ଦ ଜେନା, ସୌମ୍ୟରଞ୍ଜନ ପ୍ରଧାନ, କଲ୍ୟାଣ ଅଭିଯାନ ଟ୍ରଷ୍ଟ ସଭାପତି ଲିପୁନ କୁମାର ପରିଡ଼ା, ଉପସଭାପତି ଶାଶ୍ବତ ଅନୁରାଗ ସାହୁ ଓ ଟ୍ରଷ୍ଟର ସାଧାରଣ ସମ୍ପାଦକ ସତ୍ୟପ୍ରଜ୍ଞ ଗୌଡ଼ ପ୍ରମୁଖ ସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସର୍ବଜିତ ସାହୁ, ସୋମନାଥ ମଲ୍ଲିକ, ଗଣେଶ୍ୱର ମହାପାତ୍ର, ପବିତ୍ର ମଲ୍ଲିକ, ଦୁର୍ଗାଚରଣ ସାହୁଙ୍କ ସହ ବହୁ ଯୁବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣରେ ସହଯୋଗ କରିଥିଲେ। ଆଗାମୀ ୨ ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଟ୍ରଷ୍ଟ ସଭାପତି ଲିପୁନ କୁମାର ପରିଡ଼ା ସୂଚନା ଦେଇଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories