ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ହତ୍ୟାକାଣ୍ଡର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ହଇଚଇ ସୃଷ୍ଟି କରିଛି । ହତ୍ୟାରେ ଜଡିତ ଥିବା ଏଠାରେ ୧୬ ବର୍ଷୀୟ ନାବାଳକକୁ ପୁଲିସ ଗିରଫ କରିଛି । ୧୬ ବର୍ଷୀୟ ନାବାଳକ ଜଣକ ପଡୋଶୀରେ ରହୁଥିବା ୭ ବର୍ଷୀୟ ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନାବାଳକ ଜଣକ ଶିଶୁଟିକୁ ୨୦ ଥର କଇଁଚିରେ ଭୁସିବା ସହ ମୃତଦେହକୁ ରାସ୍ତାକଡ ବୁଦାରେ ଲୁଚାଇ ଦେଇଥିଲା । ପୁଲିସ ଅନୁସାରେ ଏସବୁ ଘଟିବାର କାରଣ ୨ ମାସ ପୂର୍ବର ଘଟଣା ସହ ଜଡିତ । ୭ ବର୍ଷର ଶିଶୁ ୧୬ ବର୍ଷୀୟ ଉକ୍ତ ଅଭିଯୁକ୍ତ ନାବାଳକକୁ ତା’ ବାପାଙ୍କ ଚୋରି ହୋଇଥିବା ଫୋନ୍କୁ ବ୍ୟବହାର କରିଥିବା ଦେଖିଥିଲା । ଏହାପରେ ଶିଶୁଟିର ବାପା ଏ ବିଷୟରେ ନାବାଳକଙ୍କ ବାପା ସହ କଥା ହୋଇଥିଲେ । ନାବାଳକଙ୍କ ପରିବାର ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ । ସଭିଁଙ୍କ ସାମ୍ନାରେ ନାବାଳକ ବାପା ଜଣକ ତାଙ୍କୁ ମାଡ୍ ମାରିଥିଲେ । ଏସବୁକୁ ନେଇ ନାବାଳକ ଜଣକ ମନରେ ରାଗ ଥିଲା ।
ଘଟଣା ପରେ ମଧ୍ୟ ନାବାଳକ ଓ ଶିଶୁ ପରସ୍ପର ସହ ଖେଳନ୍ତି । ଶନିବାର ଦିନ ନାବାଳକ ଜଣକ ସୁଯୋଗ ପାଇ ଶିଶୁକୁ କଇଁଚିରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲା । ଘଟଣା ସମୟରେ ଶିଶୁର ମାଆ କାମକୁ ଯାଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଶିଶୁ ନମିଳିବା ପରେ ଖୋଜାଖୋଜି ଆରମ୍ଭ କରିଥିଲେ । ଏହାପରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସ ଖୋଜାଖୋଜି ସହ ତଦନ୍ତ ଆରମ୍ଭ କରିଥିଲା । ଧିରେ ଧିରେ ତଦନ୍ତ ପରେ ସବୁକିଛି ସାମ୍ନାକୁ ଆସିଥିଲା । ଘଟଣାର ତଦନ୍ତ ଜାରି ରହିଛି ।
ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..
କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ବିଏସଏନଏଲ ଆଣିଲା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍, ମିଳିବ ସବୁ ସୁବିଧା..
ଭିଡିଓରେ ଦେଖନ୍ତୁ ; କୁମ୍ଭୀର ପାଟିରେ ଥିଲା ହରିଣ, ଏମିତି ବଞ୍ଚିଲା ଜୀବନ..



