ନୂଆଦିଲ୍ଲୀ : ପ୍ରକୃତିରେ ଜନ୍ମ-ମୃତ୍ୟୁର ଖେଳ ନିୟମିତ ଚାଲିଥାଏ । ଏହା ସହ ଜଡିତ ଜୀବଜନ୍ତୁଙ୍କ ଅନେକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥାଏ । ଯାହା ଅନେକ ସମୟରେ ଭୟଭୀତ ଓ ଆଶ୍ଚର୍ଯ୍ୟଚକିତ କରିଥାଏ । ନିକଟରେ ଭାଇରାଲ୍ ହେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି । କଥାରେ ଅଛି ‘ରଖେ ହରି ତ ମାରେ କିଏ’। ଭିଡିଓଟି କୁମ୍ଭୀର, ହରିଣ ଓ ଜଳହସ୍ତୀର । ଏକ ହରିଣକୁ କୁମ୍ଭୀର ଶିକାର କରିବାକୁ ଉଦ୍ୟମ କରିବା ସମୟରେ ଜଳହସ୍ତୀର ଏକ ଦଳ ଆସିବା ପରେ ଯାହା ଘଟିଲା, ତାହା ବାସ୍ତବିକ ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
Hippos save wildebeest from crocodiles pic.twitter.com/cR9FPRZ31V
— Nature is Amazing ☘️ (@AMAZlNGNATURE) June 18, 2025
ଭିଡିଓରେ ଆପଣ ଦେଖିପାରିବେ, ଏକ ହରିଣ ନଦୀ କୂଳରେ ଥିବା ସମୟରେ କୁମ୍ଭୀର ତା’କୁ ପାଟିରେ ହଠାତ୍ କାମୁଡି ଧରିଛି । ହରିଣଟି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛି । ଛଟପଟ୍ ମଧ୍ୟ ହେଉଛି । ହରିଣଟି କୁମ୍ଭୀର ପାଟିରୁ ଖସିଯିବା ଅସମ୍ଭବ ଭଳି ଅନୁଭବ ହେଉଛି । ମାତ୍ର ସେହି ସମୟରେ ନଦୀରେ ଥିବା ଜଳହସ୍ତୀର ଏକ ଦଳ କୁମ୍ଭୀର-ହରିଣ ନିକଟକୁ ଆସୁଛନ୍ତି । ନିଜର ବିଶାଳକାୟ ଶରୀର ଓ ଶକ୍ତି ଦ୍ୱାରା କୁମ୍ଭୀରକୁ ସେଠାରୁ ତଡି ଦେବାରେ ଜଳହସ୍ତୀ ସକ୍ଷମ ହେଉଛି । ହରିଣଟି ଏହାର ସୁଯୋଗ ନେଇ ଅନେକ ଚେଷ୍ଟା କରି କୁମ୍ଭୀର ପାଟିରୁ ନିଜ ଜୀବନ ରକ୍ଷା କରି ସେଠାରୁ ପଳାଇବାକୁ ସକ୍ଷମ ହେଉଛି । ଭିଡିଓଟି ଭାଇରାଲ୍ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..



