www.samajalive.in
Saturday, December 6, 2025
15.1 C
Bhubaneswar

ବିପର୍ଯ୍ୟସ୍ତ ପରିମଳ; ଦୁର୍ଗନ୍ଧମୟ ଅତାବିରା

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏନଏସି ତରଫରୁ ଅନେକ ପ୍ରକାର ବ୍ୟବସ୍ଥା କରାଯାଉଛି। କିନ୍ତୁ ଅନେକ ସ୍ଥାନରେ ବ୍ୟବସ୍ଥା ଠିକ୍ ଭାବେ ନ ହେବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଅତାବିରା ସହରର ମୁଖ୍ୟ ରାସ୍ତାକଡ ତଥା ବିଭିନ୍ନ ସ୍ଥାନରେ ଡଷ୍ଟବିନ ରଖାଯାଇଛି ସତ, ହେଲେ କେଉଁଠି ଭାଙ୍ଗିଯାଇଛି ତ ଆଉ କେଉଁଠି ଶୋଇ ପଢିଛି, କେଉଁଠି ଡଷ୍ଟବିନ ଜଳିଯାଇଛି ତ କେଉଁଠି ଡଷ୍ଟ ବିନ ଆବର୍ଜନା ବୋହି ପାରୁ ନଥିବା ଯୋଗୁଁଁ ଆବର୍ଜନା ଉଛୁଳି ପଡ଼ିରହିଛି। ଫଳରେ ଅନେକ ସ୍ଥାନରେ ଆବର୍ଜନା ବାହାରେ ପଡ଼ି ରହି କୁକୁର, ବିରାଡ଼ି ଆଦି ପଶୁ ପକ୍ଷୀଙ୍କ ଚରାଭୂଇଁ ସାଜିଛି। ଏପରିକି ସେହି ପଶୁ ପକ୍ଷୀଗୁଡ଼ିକ ନିଜର ଆହାର କରି ସାରିବା ପରେ ଆବର୍ଜନାଗୁଡ଼ିକ ଏଣେ ତେଣେ ପଡ଼ି ରହି ପବନରେ ଉଡ଼ି ଆସି ପରିବେଶକୁ ଦୂଷିତ କରୁଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଦ୍ବାରା ନିମ୍ନମାନର ତିଆରି କରାଯାଇଥିବା ଜାତୀୟ ରାଜପଥର ଉଭୟ ପଟେ ଡ୍ରେନେଜରୁ ନାକ ଫଟା ଦୁର୍ଗନ୍ଧରେ ଅତାବିରା ସହର ଦୁର୍ଗନ୍ଧମୟ ହେଉଛି। ଏନଏସି ପକ୍ଷରୁ ପରିମଳ ବ୍ୟବସ୍ଥା ନେଇ କୌଣସି ଆଖି ଦୃଶିଆ କାମ ହେଉନି। ବ୍ଲିଚିଂର ବ୍ୟବହାର, ସହରରେ ମଶା ଧୂଆଁ ଦେବା ଆଦି କିଛି କରାଯାଉନି। ଡ୍ରେନଗୁଡ଼ିକ ସଫା କରଯାଉ ନଥିବାରୁ ସେଥିରେ ମଇଳା ଆବର୍ଜନା ଜମି ପଚି ସଢ଼ି ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଛି। ରାସ୍ତା କଡ଼ରେ ବେଳେବେଳେ ଛିଡ଼ା ହେବା ମୁସ୍କିଲ ହେଉଛି। ଡ୍ରେନଗୁଡିକରେ ଫିନାଇଲ, ବ୍ଲିଚିଂ ଆଦି ପକାଇବା କଥା, କିନ୍ତୁ ତାହା ମଧ୍ୟ କରଯାଉନି। ଫଳରେ ଅତାବିରା ଅଞ୍ଚଳରେ ଏବେ ମଶା ନିୟନ୍ତ୍ରଣ କରିବା କଷ୍ଟ ହେଉଛି। ମଶା ନିୟନ୍ତ୍ରକ ମଶାବତୀ, ମଶା ମାରିବା ବିଦ୍ୟୁତ ଚାଳିତ ବ୍ୟାଟ ଆଦିର ଚାହିଦା ବଢ଼ି ଯାଇଛି, ତେଣୁ ଦୋକାନରେ ସେଗୁଡ଼ିକର ଦାମ୍ ବଢିବା ସହ ବେଳେବେଳେ ଦୋକାନରେ ତାର ଅଭାବ ପରିଲକ୍ଷିତ ହେଉଛି। ତେଣୁ ଏନେଇ ସ୍ବାସ୍ଥ୍ୟ ପରିମଳ ବିଭାଗ ତଥା ଏନଏସି ପକ୍ଷରୁ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories