www.samajalive.in
Sunday, December 7, 2025
13.1 C
Bhubaneswar

ଆଇପିଏଲ୍‌ ମହାସମର: ଆଜି ଚେନ୍ନଇ-ମୁମ୍ବଇ ମୁକାବିଲା

ଚେନ୍ନଇ : ଆଇପିଏଲ-୧ରେ ଆଜି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳତମ ଦଳ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଦଳ ସର୍ବାଧିକ ୫ଥର ଲେଖାଏଁ ଟାଇଟଲ ଜିତିଛନ୍ତି। ତାରକା ଖଚିତ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ମ୍ୟାଚ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଖେଳିବ। ଦଳର ତାରକା ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ ନିଲମ୍ବନ ଆଦେଶ ଥିବାରୁ ସେ ଚେନ୍ନଇ ସୁପରକିଙ୍ଗ୍‌ସ ବିପକ୍ଷରେ ଖେଳିବେ ନାହିଁ। ଅନ୍ୟପକ୍ଷରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ଦଳରେ ଏପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି। ହାର୍ଦିକ ଓ ବୁମରାଙ୍କ ବିନା ଦଳ ଚେନ୍ନଇ ବିପକ୍ଷରେ ଖେଳିବାକୁ ଯାଉଛି। ଯାହା ଦଳ ପାଇଁ ବଡ଼ ଆହ୍ବାନ ହୋଇଛି। ଦଳରେ ଦକ୍ଷିଣ ଆଫ୍ରିକାର ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ରିୟାନ ରିକେଲଟନ ରୋହିତ ଶମାଙ୍କ ସହ ଓପନିଂ କରିବାର ସମ୍ଭାବନା ରହିଛି। ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଦାୟିତ୍ବ ତୁଲାଇବେ। ବୋଲିଂରେ ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ ଓ ରିସ୍‌ ଟପ୍‌ଲେ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ଦଳରେ ମୁଖ୍ୟ ସ୍ପିନର ଭାବେ କର୍ଣ୍ଣ ଶର୍ମା ରହିଛନ୍ତି। ଋତୁରାଜ ଗାଏକ୍ବାର୍ଡଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ସ୍ପିନ ବୋଲିଂ ବିଭାଗକୁ ଅଧିକ ମଜବୁତ କରିଛି। ଦଳରେ ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ନୂର ଅହମ୍ମଦ, ଶ୍ରେୟସ ଗୋପାଳ, ଦୀପକ ହୁଡା ରହିଛନ୍ତି। ବ୍ୟାଟିଂ ବିଭାଗରେ ଋତୁରାଜଙ୍କ ସମେତ ଡିଭନ କନ୍‌ୱେ, ରାହୁଲ ତ୍ରିପାଠୀ, ରଚିନ ରବୀନ୍ଦ୍ର, ସାମ କୁରାନ ରହିଛନ୍ତି। ଧୋନି ଫିନିସର ଦାୟିତ୍ବ ତୁଲାଇବେ। ସମ୍ଭବତଃ ଧୋନି ​‌େ​‌ଶଷ ଆଇପିଏଲ ଖେଳିବାକୁ ଯାଉଥିବାରୁ ଚେନ୍ନଇ ସୁପରକିଙ୍ଗ୍‌ସ ଷଷ୍ଠ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଦ୍ରୁତ ବୋଲର ଭାବେ ଜେମି ଓଭରଟନ, ମୁକେଶ ଚୌଧୁରୀ, ନାଥନ ଏଲିସ ଓ ମାଥିଶା ପାଥିରାଣା ରହିଛନ୍ତି। ପ୍ରତିଟି ବିଭାଗରେ ଦଳ ନିକଟରେ ମ୍ୟ‌ାଚ ବିଜେତା ଖେଳାଳି ରହିଛନ୍ତି। ଦୁଇ ଦଳ ମଧ୍ୟରେ ମୋଟ୍‌ ୩୭ଟି ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ ମୁମ୍ବଇ ୨୦ଟି ଓ ଚେନ୍ନଇ ୧୭ଟି ମ୍ୟାଚରେ ବିଜୟୀ ହୋଇଛି। ଶେଷ ୫ଟି ମ୍ୟାଚରୁ ଚେନ୍ନଇ ୪ଟି ଓ ମୁମ୍ବଇ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ସିଏସ୍‌କେ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ, ମୁମ୍ବଇ ୨୦୧୩, ୨୦୧୫,୨୦୧୭, ୨୦୧୯ ଓ ୨୦୨୦ରେ ୫ଥର ଲେଖାଏଁ ଚମ୍ପିଆନ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories