www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକାରେ ଭାରତୀୟ ବଂଶୋଦ୍ଭବ ବାପା-ଝିଅଙ୍କୁ ଗୁଳି କରି ହତ୍ୟା

ଓ୍ବାଶିଂଟନ: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ତାଙ୍କ ଝିଅକୁ ଗୁଳି କରି ହତ୍ୟା କରାଯାଇଛି। ଏକ ତେଜରାତି ଦୋକାନରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁହେଁ ସେହି ତେଜରାତି ଦୋକାନରେ କାମ କରୁଥିଲେ। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ତାଙ୍କ ଝିଅର ହତ୍ୟା ଖବର ଶୁଣି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅ ଭର୍ଜିନିଆର ଲ୍ୟାଙ୍କଫୋର୍ଡ ହାଇୱେସ୍ଥିତ ଆକୋମାକ୍ କାଉଣ୍ଟିରେ ଏକ ଦୋକାନରେ କାମ କରୁଥିଲେ। ଏହି ଦୋକାନରେ ଗୁଳି ବିନିମୟ ହୋଇଥିଲା। ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ସମୟରେ ଗୁଳି ବିନିମୟ ସମ୍ପର୍କରେ ପୁଲିସ ସୂଚନା ପାଇଥିଲା। ପୁଲିସ ପହଞ୍ଚିବା ପରେ ପ୍ରଦୀପ କୁମାର ପଟେଲ(୫୬)ଙ୍କ ମୃତଦେହ ଏବଂ ତାଙ୍କ ୨୪ ବର୍ଷୀୟା ଝିଅଙ୍କୁ ଘଟଣାସ୍ଥଳରୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲା। ଉଭୟଙ୍କୁ ଗୁଳି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଝିଅର ମଧ୍ୟ ମୃତ୍ୟୁ ଘଟିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories