www.samajalive.in
Saturday, December 6, 2025
14.1 C
Bhubaneswar

କାର ଧକ୍କାରେ  ଗୁରୁତର ଯୁବକଙ୍କ ମୃତ୍ୟୁ, ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ  ପରିବାର

ରେଙ୍ଗାଲି କ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ  ଗୋଡଭଗା ତୁରୁମ୍ ରାସ୍ତାରେ ନିତିଦିନିଆ ଭାବରେ ଘଟି ଚାଲିଛି ଦୁର୍ଘଟଣା , ଆଉ ଚାଲି ଯାଉଛି ଅମୂଲ୍ୟ ଜୀବନ । ପୁଣି ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଅମୂଲ୍ୟ ଜୀବନ ଚାଲିଯାଇଛି ।
ପୁଲିସ ସୂତ୍ରରୁ ସୂଚନା ମିଳିଛି ଯେ ଅତାବିରା ଥାନା ଅନ୍ତର୍ଗତ   କାଦୋବlହାଲ  ପଞ୍ଚାୟତ  ବରାହମୁଣ୍ଡା ଗ୍ରାମର ଜଣେ ଯୁବକ  ଚୂଡାମଣି କଠାର ଗୋଡ଼ଭଗାରେ ଏକ ମଟର ସାଇକେଲ ଗ୍ୟାରେଜ ରେ କାମ  କରୁଥିଲେ । ଗତ କାଲି ରାତି ପ୍ରାୟ ୮ ଟାରେ ଗ୍ୟାରେଜରେ କାମ ସାରି ନିଜ ବାଇକରେ ଘରକୁ ଫେରୁଥିବା ବେଳେ ଏକ  କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ପଡ଼ିଯାଇ ଗୁରୁତର ହୋଇଥିଲେ । ତାଙ୍କୁ  ବୁର୍ଲା  ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଆଜି  ତାଙ୍କର ମୃତ୍ୟୁ ଘଟିଥିଲା ।
ପରିବାର ବର୍ଗ  ମୃତ ଶରୀର କୁ ୧୦୮ ଆମ୍ବୁଲାନ୍ସରେ ଆଣି ଗୋଡ଼ଭଗା ଫାଣ୍ଡି ସମ୍ମୁଖରେ  ଅପରାହ୍ନ ୧ ଟା ୩୦ ରୁ ଧାରଣାରେ ବସିଥିଲେ ନିଜ ପୁଅର କ୍ଷତି ପୁରଣ ପାଇଁ।ଏଇ ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ , ଗୋଦଭାଗା ଫାଣ୍ଡି ଅଧିକାରୀ  ପ୍ରଫୁଲ୍ଲ ପୁରୋହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିଥିଲେ ।
କିନ୍ତୁ କ୍ଷତି ପୁରଣ ନ ହେଲେ  ଧାରଣା ରୁ ଓହରିବେ ନାହିଁ ବୋଲି   ଅଡି ବସିଥିଲେ।  ଅପରାହ୍ନ ୪ ଟା ୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ  ୩ ଘଣ୍ଟା  ଧରି  ଆନ୍ଦୋଳନ ରହିଥିଲା। ଏହାପରେ କାର ମାଲିକ   ସlଲେଗ୍ରlମ୍ ଅଗ୍ରୱାଲ ଆସି  ପରିବାର ସହ ଅlପସିକ ବୁଝାମଣା  କରି   କ୍ଷତି ପୁରଣ  ବାବଦକୁ ୧୫ ଲକ୍ଷ ଟଙ୍କା  ଦେବା ପରେ  ପରିବାର ବର୍ଗ ରାସ୍ତାରୁ ଓହରିବା ପରେ ସ୍ଥିତି ସ୍ଵାଭାବିକ ହୋଇଥିଲା । ପରିବାର ବର୍ଗ ମୃତ ଶରୀରକୁ  ଧରି ତାଙ୍କ ଗ୍ରାମକୁ ଫେରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories