www.samajalive.in
Saturday, December 6, 2025
26.1 C
Bhubaneswar

ଡମଣୀ ଜଳ ଭଣ୍ଡାରରେ ବୁଡ଼ି ଯୁବକ ମୃତ

ଚୌଦ୍ୱାର: ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ଡମଣୀ ଜଳ ଭଣ୍ଡାର(ଡ୍ୟାମ୍)ରେ ରବିବାର ସଂଧ୍ୟାରେ ବୁଡ଼ି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଟକ କନ୍ଦରପୁର ବିରିବାଟି ଗ୍ରାମର ପିଙ୍କୁ ସାହୁ(୨୭)।  ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ପ୍ରକାଶଯେ ପିଙ୍କୁ ଓ ତାଙ୍କର ଆଉ ୩ଜଣ ସାଙ୍ଗ ରବିବାର ଦିନ ଡମଣୀ ପୀଠକୁ ବୁଲିବାକୁ ଯାଇଥିଲେ।

ସନ୍ଧ୍ୟା ସମୟରେ ସେମାନେ ଡ଼ମଣୀ ଡ୍ୟାମ୍ ନିକଟରେ ବୁଲୁଥିବାବେଳେ ପିଙ୍କୁ ହଠାତ୍ ଜଳ ଭଣ୍ଡାର ଭିତରକୁ ପଶି ଯାଇଥିଲା। ପାଣି ଭିତରେ ଗୋଡ଼ ଖସିଯିବାରୁ ସେ ଗଭୀର ଜଳ ଭିତରକୁ ଟାଣି ହୋଇ ଯାଇଥିଲା। ସେ ବୁଡ଼ି ଯାଉଥିବା ଦେଖି ଅନ୍ୟ ସାଙ୍ଗମାନେ ପାଟି କରି ଡାକ ପକାଇବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଡ୍ୟାମରେ ଖୋଜାଖୋଜି କରି ନପାଇବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ।

- Advertisement -

ଚୌଦ୍ୱାରରୁ ଦମକଳ ବାହିନୀ ଖୋଜାଖୋଜି କରି ଦୀର୍ଘ ୧ଘଣ୍ଟା ପରେ ଜଳଭଣ୍ଡାରର ୨୫ ଫୁଟ ତଳୁ ପିଙ୍କୁର ମୃତଦେହକୁ ବାହାରକୁ ଆଣିବାରେ ସକ୍ଷମ ହୋଇଥିଲେ। ପିଙ୍କୁ ବୁଡ଼ି ଯାଇଥିବା ଦେଖି ତା ସାଙ୍ଗମାନେ ଭୟରେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଗ୍ନିଶମ ଅଧିକାରୀ ବିଷ୍ଣୁ ପ୍ରସାଦ ଦାସ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟଯେ ଗତ ୨୪ ତାରିଖ ଦିନ ଏହି ଡ୍ୟାମ୍ରେ ବୁଡ଼ି ୨ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଏହା ପୂର୍ବରୁ ଅନେକଙ୍କର ଜୀବନ ହାନୀ ହେଲାଣି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories