www.samajalive.in
Saturday, December 6, 2025
26.1 C
Bhubaneswar

ଡମଣୀ ଜଳ ଭଣ୍ଡାରରେ ବୁଡ଼ି ଯୁବକ ମୃତ

ଚୌଦ୍ୱାର: ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ଡମଣୀ ଜଳ ଭଣ୍ଡାର(ଡ୍ୟାମ୍)ରେ ରବିବାର ସଂଧ୍ୟାରେ ବୁଡ଼ି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଟକ କନ୍ଦରପୁର ବିରିବାଟି ଗ୍ରାମର ପିଙ୍କୁ ସାହୁ(୨୭)।  ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ପ୍ରକାଶଯେ ପିଙ୍କୁ ଓ ତାଙ୍କର ଆଉ ୩ଜଣ ସାଙ୍ଗ ରବିବାର ଦିନ ଡମଣୀ ପୀଠକୁ ବୁଲିବାକୁ ଯାଇଥିଲେ।

ସନ୍ଧ୍ୟା ସମୟରେ ସେମାନେ ଡ଼ମଣୀ ଡ୍ୟାମ୍ ନିକଟରେ ବୁଲୁଥିବାବେଳେ ପିଙ୍କୁ ହଠାତ୍ ଜଳ ଭଣ୍ଡାର ଭିତରକୁ ପଶି ଯାଇଥିଲା। ପାଣି ଭିତରେ ଗୋଡ଼ ଖସିଯିବାରୁ ସେ ଗଭୀର ଜଳ ଭିତରକୁ ଟାଣି ହୋଇ ଯାଇଥିଲା। ସେ ବୁଡ଼ି ଯାଉଥିବା ଦେଖି ଅନ୍ୟ ସାଙ୍ଗମାନେ ପାଟି କରି ଡାକ ପକାଇବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଡ୍ୟାମରେ ଖୋଜାଖୋଜି କରି ନପାଇବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ।

- Advertisement -

ଚୌଦ୍ୱାରରୁ ଦମକଳ ବାହିନୀ ଖୋଜାଖୋଜି କରି ଦୀର୍ଘ ୧ଘଣ୍ଟା ପରେ ଜଳଭଣ୍ଡାରର ୨୫ ଫୁଟ ତଳୁ ପିଙ୍କୁର ମୃତଦେହକୁ ବାହାରକୁ ଆଣିବାରେ ସକ୍ଷମ ହୋଇଥିଲେ। ପିଙ୍କୁ ବୁଡ଼ି ଯାଇଥିବା ଦେଖି ତା ସାଙ୍ଗମାନେ ଭୟରେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଗ୍ନିଶମ ଅଧିକାରୀ ବିଷ୍ଣୁ ପ୍ରସାଦ ଦାସ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟଯେ ଗତ ୨୪ ତାରିଖ ଦିନ ଏହି ଡ୍ୟାମ୍ରେ ବୁଡ଼ି ୨ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଏହା ପୂର୍ବରୁ ଅନେକଙ୍କର ଜୀବନ ହାନୀ ହେଲାଣି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories