ଖଲିଆପାଲି ନାମଯଜ୍ଞ: ଯୋଗଦେଲେ ବୃନ୍ଦାବନ ଓ  ଶ୍ରୀକ୍ଷେତ୍ରର  ମହନ୍ତ 

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ଟୋପ ପଞ୍ଚାୟତ ଖଲିଆ ପାଲିରେ ଚବିଶ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି। ଏହି ନାମ ଯଜ୍ଞର ଅନ୍ତିମ ଦିବସରେ ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀ ମହନ୍ତ ୧୦୦୮ ବଂଶୀଧର ଦାଶ ମହାରାଜ ଓ ବୃନ୍ଦାବନରୁ  ମହାରାଜ ରାଧା ରମଣ ମିଶ୍ର ଏବଂ ବାବା ସନତ ଦାଶ   ନିମନ୍ତ୍ରିତ ହୋଇ ଆସିଥିଲେ । ଏହି  ମହନ୍ତଙ୍କ  ଆଗମନରେ  ଗ୍ରାମବାସୀ  ସେମାଙ୍କର ଦର୍ଶନ କରି ନିଜକୁ  କୃତାର୍ଥ ମଣିଥିଲେ ।
ଏହି ଅବସରରେ ଅତାବିରା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଯୋଗ ଦେଇ ମହନ୍ତମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି  ନାମଯଜ୍ଞରେ ଗ୍ରାମର ସନ୍ତୋଷ ଦେବତା ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପଣ୍ଡିତ ବାବୁଲା ପାଣ୍ଡିଆ ଓ ସହଯୋଗୀ ସାଥୀ  ବିବେକ ସୁସାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଆଞ୍ଚଳିକ ସଂକୀର୍ତ୍ତନ ଦଳ ସହ ଖରମୁଣ୍ଡା ଓ ବ୍ରହ୍ମଚାରୀର ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ। ନନ୍ଦିଘୋଷ ଦେବତା, ରତ୍ନାକର ଦେବତା,ରାହାସ ବିହାରି ଦେବତା, ଲଲିତ ମୋହନ ଦେବତା, ସଦାନନ୍ଦ ଦେବତା, ବିଶ୍ଵ ସୁସାରି ପ୍ରମୁଖ ହୋମ ତଥା ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ।
ସେହିପରି କାଣ୍ଡପାଲି ଓ ଜହ୍ନ।ପଡା ପଞ୍ଚାୟତ କର୍ଣ।ଟିକ୍ରା ରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।  କାଣ୍ଡ ପାଲି ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ନାମ ଯଜ୍ଞ ରେ ସୁଦାମ ସାହୁ ସପତ୍ନିକ  କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ପ୍ରତ୍ୟହ ସହଯୋଗୀ ସଙ୍କୀର୍ତ୍ତନ ଦଳ ଭାବେ ଭାଲୁପାଲି, ଭୋଇପୁରା, ଅତାବିରା, ଦେବାହଲ,
କଳାପାଣି, ପିଥମ୍ପୁର, ଦଣ୍ଡେଇ ପାଲି, ବେହେରା ଓ ବନହରର ରଙ୍ଗୀନ କୀର୍ତ୍ତନ  ଦଳ ଯୋଗ ଦେଇ  ମହାମନ୍ତ୍ର  ନାମ  ସଙ୍କୀର୍ତ୍ତନରେ ସାମିଲ ହୋଇଥିଲେ।
ସେହିପରି  କର୍ଣ୍ଣାଟିକ୍ରାରେ ପ୍ରମୋଦ ପ୍ରଧାନ ଓ ଧର୍ମପତ୍ନୀ ବନିତା ପ୍ରଧାନ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପରେଶ କର ଓ ସହଯୋଗୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଆଞ୍ଚଳିକ ଦଳ ସମେତ  ଲେଣ୍ଡା କୁଡ଼ାପଡା ଓ ହୁତମା ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ କରିଥିଲେ। ପ୍ରତି ଗ୍ରାମରେ  ପୂଜା କମିଟି ମାନଙ୍କ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ ହୋଇଥିବା ବେଳେ ଗ୍ରାମବାସୀ ମାନଙ୍କର ସକ୍ରିୟ ସହଯୋଗ ରହିଥିଲା।

Comments are closed.