www.samajalive.in
Friday, December 12, 2025
27.1 C
Bhubaneswar

ଆଖଣ୍ଡଳମଣିପୀଠ: ଗ୍ରୀଷ୍ମର ଡହଡହ ଖରାକୁ, ଉତ୍କଟ ପାନୀୟଜଳ ସମସ୍ୟା

ଆରଡି: ବୈଶାଖମାସରେ  ଡହଡହ ଖରାକୁ  ଝାଞି ପବନ, ସକାଳ ୯ଟା ହେଲେ ଗ୍ରୀଷ୍ମର ପାରଦ ବଢି ମଧ୍ୟାହ୍ନ ୧୨ଟା ସୁଧା ୪୦ଡିଗ୍ରୀ ଟପୁଛି ଉପକୂଳବର୍ତ୍ତୀ ଅଞ୍ଚଳରେ । ତାହା ସାଙ୍ଗକୁ  ଉତ୍କଟ ହେବାରେ ଲାଗିଛି ପାନୀୟଜଳ ସମସ୍ୟା। ଏପରି ସମସ୍ୟା ଦେଖାଦେଇଛି ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳ ବାବା ଆଖଣ୍ଡଳମଣିଙ୍କ ପୀଠରେ । ବିଶେଷକରି ପୀଠର  ୪ଟି ୱାର୍ଡରେ ୧ହଜାରରୁ ଉର୍ଦ୍ଧ  ଲୋକ ବସବାସ କରନ୍ତି।
ସେମାନଙ୍କର ଶୋଷ ମେଣ୍ଟାଇବା ପାଇଁ ପ୍ରତି ୱାର୍ଡରେ ରହିଛି ୧ଟି ରୁ ୨ଟି ନଳକୂପ। ୯ନଂ ୱାର୍ଡରେ ୧ଟି ନଳକୂପ ରହିଥିଲେ ମଧ୍ୟ ତାହା ଦୀର୍ଘ ୩\୪ମାସ ହେବ ଅଚଳ ହୋଇ ପଡିଛି। ସେହିପରି   ୧୦ନଂରେ  ୨ଟି ୧୧ନଂ ରେ ୧ଟି ଓ ୧୨ନଂରେ ୨ଟି ନଳକୂପ ରହିଛି। ସେଥିମଧ୍ଯରୁ ୪ଟି  ନଳକୂପ ଅଚଳ ହୋଇ ପଡିରହିଥିଲେ ମଧ୍ଯ ଗାଁର ସରପଞ୍ଚ କିମ୍ବା ବିଭାଗୀୟ ଅଧିକାରୀ ନଜର ଦେଉନଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି।
ସେହିପରି ପୀଠରେ ୨୪ଘଣ୍ଟିଆ ପିଇବା ପାଣି ଯୋଗାଇ ଦେବା ପାଇଁ ରହିଛି ୨ଟି ମଧୁରଜଳ ପ୍ରକଳ୍ପ, ହେଲେ ଉକ୍ତ ପ୍ରକଳ୍ପରୁ ଜଳସ୍ତର କମିଯାଇଥିବାରୁ ତାହା ଲୋକମାନଙ୍କର ଶୋଷ ମେଣ୍ଟାଇବା ତ ଦୂରର କଥା ପାଣି ଟୋପାଏ ଆସୁନାହିଁ। ଫଳରେ  ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ସ୍ଥାନୀୟ ଲୋକ ଓ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ।  ଏପରି ସମସ୍ୟା ବାବଦରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବାରୁ ଖୁବଶିଘ୍ର ଏହାର ସମାଧାନ କରାଯିବ ବୋଲି କହିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories