www.samajalive.in
Friday, December 12, 2025
19.1 C
Bhubaneswar

ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ମଦ ବ୍ୟବସାୟୀ ଗିରଫ 

ଫୁଲବାଣୀ : ନିର୍ବାଚନ ପାଇଁ ବର୍ତ୍ତମାନ ଚୋରା ମଦ କାରବାର ବଢିଚାଲିଛି  । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ପୁଲିସ ଶନିବାର ଚୋରାରେ ମଦ ଚାଲାଣବେଳେ ଏକ କାରରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ସହ ଜଣକୁ ଗିରଫ କରିଛି ।  ଗିରଫ ବ୍ୟକ୍ତି ଜଣକ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଗୋଛାପଡାର ସ୍ୱାଧୀନ ସାହୁ ବୋଲି ଜଣାପଡିଛି ।

ଶନିବାର ଟାଉନ ଥାନା ପୁଲିସ ଫୁଲବାଣୀଠାରୁ ଗୋଛାପଡାକୁ ସଂଯୋଗ କରୁଥିବା ପଟାବାଲି ସାହି ନିକଟରେ ଦ୍ରୁତଗତିରେ ଆସୁଥିବା କାରଟିକୁ ଅଟକାଇ ଯାଞ୍ଚ ସମୟରେ କାରରୁ ୨୪ଟି ପେଟିରେ ଥିବା ୧୮୯ ଲିଟର ବିଦେଶୀ ମଦ ଜବତ କରିଥିଲା । ସମ୍ପୃକ୍ତ ମଦ ବ୍ୟବସାୟୀଙ୍କୁ ଗିରଫ କରିଥିବାବେଳେ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ ସୂଚନା ଦେଇଛନ୍ତି ।

ବାପାର କଟୁରୀ ଚୋଟରେ ପୁଅ ଓ ମା ଗୁରୁତର

- Advertisement -

ସୂଚନାଯୋଗ୍ୟ ସମ୍ପୃକ୍ତ ମଦ ବ୍ୟବସାୟୀ ଜଣକ ଗୋଛାପଡା ମୁଖ୍ୟ ବଜାର ଉପରେ ଦୀର୍ଘ ବର୍ଷ ଧରି ବିଦେଶୀ ମଦ ବ୍ୟବସାୟ କରିଆସୁଥିଲେ । ଅନ୍ୟପଟେ ବଜାର ଉପରେ ଥିବା ତାଙ୍କ ଦୋକାନଠାରୁ ଗୋଛାପଡା ଥାନାରେ ଦୂରତା ମାତ୍ର ଅଧ କିଲୋମିଟର, ତଥାପି ଗୋଛାପଡା ପୁଲିସ ଏହି ମଦ କାରବାର ବିଷୟରେ ଜାଣିନଥିବା ବେଳେ ଏହି ମଦ ବ୍ୟବସାୟୀଙ୍କ ପାଖରୁ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ମୋଟା ଅଙ୍କର ବଟି ନେଇ ମଦ ବିକିବା ପାଇଁ ପ୍ରଶୟ ଦେଇ ଆସୁଥିଲେ ବୋଲି  ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories