www.samajalive.in
Friday, December 12, 2025
17.1 C
Bhubaneswar

ବାପାର କଟୁରୀ ଚୋଟରେ ପୁଅ ଓ ମା ଗୁରୁତର

କୁଆଁପାଳ: କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ଶହେ ଟଙ୍କା ପାଇଁ ନିଜ ଜନ୍ମ କଲା ପୁଅକୁ କଟୁରିରେ ହାଣି ରକ୍ତାକ୍ତ କରିଛି ବାପା। ପାରିବାରିକ କଳହ ପାଇଁ ବାପାର କଟୁରୀ ଚୋଟରେ ପୁଅ ଓ ମା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୁଅର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀ ବାପା ମାନସ ବେହେରାଙ୍କୁ ଗ୍ରାମବାସୀ ବାନ୍ଧି ପୁଲିସ ଜିମା ଦେଇଛନ୍ତି।

ମଦ୍ୟପ ବାପା ଘର ସଉଦା ପାଇଁ ଥିବା ଶହେ ଟଙ୍କା ଲୁଚେଇ ନେଇ ମଦ ପିଇଥିଲା। ଘର ଲୋକେ ଏଥିନେଇ ବାପାକୁ ପଚାରିଥିଲେ। ଝଗଡା ମଧ୍ୟ ହୋଇଥିଲା। ସାନପୁଅ ଅଜିତ ମଧ୍ୟାହ୍ନରେ ଶୋଇଥିବା ବେଳେ ବାପା ମାନସ କଟୁରିରେ ତାଙ୍କୁ ହାଣି ଥିଲା। ଅଜିତ ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରିବାରୁ ମା ପାର୍ବତୀ ତତ୍କାଳ ସେଠାରେ ପହଞ୍ଚିଥିଲା। ରକ୍ତ ମୁଖା ବାପା ନିଜ ପତ୍ନୀକୁ ବି କଟୁରିରେ ଆକ୍ରମଣ କରିଥିଲା। ଉଭୟ ମା’ପୁଅର କରୁଣ ଚିତ୍କାର ଶୁଣି ପଡୋଶୀମାନେ ସେଠାରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା କରାଇବା ପାଇଁ ମେଡିକାଲ ନେଇଥିଲେ। ଖବର ପାଇ ମାହାଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀ ବାପାକୁ ଗିରଫ କରିଛି ଏବଂ ତଦନ୍ତ ଜାରି ରଖିଛି।

Hot this week

ଦିବ୍ୟାଙ୍ଗ୍‌ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories