www.samajalive.in
Friday, December 12, 2025
17.1 C
Bhubaneswar

ବୈଦେଶ୍ଵର  ପଞ୍ଚାୟତରେ ମତଦାତା ସଚେତନତା କାର୍ଯ୍ୟକ୍ରମ

କଳାପଥର (ବାଙ୍କୀ) : ଆସନ୍ତା ସାଧାରଣ ନିର୍ବାଚନ ୨୦୨୪କୁ ଲକ୍ଷ୍ୟ ରଖି ବାଙ୍କୀ ନିର୍ବାଚନ ମଣ୍ଡଳୀର ବୈଦ୍ୟେଶ୍ୱର ପଞ୍ଚାୟତରେ  ମତଦାତା ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ବାଚନ ମଣ୍ଡଳୀରେ ଥିବା ୧୮ବର୍ଷରୁ ଅଧିକ ବୟସର ନାଗରିକମାନେ ଯେପରି  ଶତ ପ୍ରତିଶତ ଭାବରେ ଆସନ୍ତା ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ ସେହି ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଉଛି। ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ଅଙ୍ଗନବାଡି କର୍ମୀ ଏବଂ ବୁଥ ଲେବେଲ ଅଫିସର ମାନେ ପୋଷ୍ଟର, ବ୍ୟାନର, ସଚେତନ ଗୀତ ମାଧ୍ୟମରେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।
ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର, ଇଚ୍ଛାପୁର, ରଜୀବ, ସୁବର୍ଣ୍ଣପୁର, କୁରୁମପଡା ଏବଂ ଡମପଡା ବ୍ଲକ ଅନ୍ତର୍ଗତ ରଣପୁର ଏନ ଏ ସି, ରାମଚଣ୍ଡୀ, ତୁଳସୀପୁର, ନରଙ୍ଗ, କୁସୁପଙ୍ଗି ଆଦି ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଆଗକୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ମାନଙ୍କରେ ଉକ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶଯୋଗ୍ୟ ଯେ ଆସନ୍ତା ସାଧାରଣ ନିର୍ବାଚନରେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଅଧିକରୁ ଅଧିକ ଭୋଟରମାନେ ଯେପରି ସଚେତନ ହୋଇ ଭୋଟ ପ୍ରଦାନ କରିବେ ତାହା ଲକ୍ଷ୍ୟ ରଖି ସେହି ଦିଗରେ ବିଭିନ୍ନ ପଦେକ୍ଷପ ନିଆଯାଉଛି।

Hot this week

ଦିବ୍ୟାଙ୍ଗ୍‌ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories