ରେଙ୍ଗାଲିକ୍ୟାମ୍ପ: ଅତାବିରା ହାଇସ୍କୁଲ ପଡ଼ିଆର ପାର୍କ ପାଖରେ ଜଣେ ବୃଦ୍ଧା ଅସହାୟ ଅବସ୍ଥାରେ ପଡି ରହି ଥିବାର ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ବୃଦ୍ଧା ଜଣକୁ ଉଦ୍ଧାର କରିଛି। ଦେହରେ କେବଳ ପିନ୍ଧିଥିବା ଶାଢ଼ୀ ଗୋଟିକ ରହିଥିଲା।ଯାହାଫଳରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପୁଲିସ ଏକ କମଳ ପ୍ରଦାନ କରିଥିଲା। ଏହାପରେ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ଅଣାଯାଇଛି ବୋଲି ଜଣାପଡ଼ିଛି। ବୃଦ୍ଧା ଜଣକ ଲରିଆ ଭାଷାରେ କହିବାକୁ ଚେଷ୍ଟା କରୁଛନ୍ତି। ହେଲେ ସଠିକ ଭାବରେ ତାଙ୍କ ପରିଚୟ କହି ପାରୁ ନାହାନ୍ତି। ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
Popular Categories



