www.samajalive.in
Sunday, December 7, 2025
23.1 C
Bhubaneswar

ଭଙ୍ଗା କୋଠରୀରେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ

ରେଙ୍ଗାଲିକ୍ୟାମ୍ପ : ୧୯୨୬ ମସିହାରେ ସ୍ଥାପନ ହୋଇଥିଲା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟିଙ୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଯାହା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଭଙ୍ଗା ଦଦରା କାନ୍ଥ, ସିମେଣ୍ଟ ଫାଟି ଆଁ କଲାଣି । କାନ୍ଥ ଗୁଡିକ ନଷ୍ଟ ହେଇ ଚାଲିଛି। ଆଜବେଷ୍ଟସ ଭାଙ୍ଗି କୌଣସି ଅଘଟଣ ଘଟିବାକୁ ଯେମିତି ଅପେକ୍ଷା କରିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୭୮ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ବିଦ୍ୟାଳୟ ସ୍ଥାପିତ ହେବା ସମୟରେ ନିର୍ମିତ ହୋଇଥିବା ଦୁଇଟି ଶ୍ରେଣୀ କୋଠରୀ ବର୍ତ୍ତମାନ ଭୂତ କୋଠୀ ସାଜିଛି। ଅନ୍ୟ ଏକ ଶ୍ରେଣୀ କୋଠରୀ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି।ଗୋଟିଏ କୋଠରୀ ମଧ୍ୟରେ ଦୁଇ / ତିନିଟି ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି। ବର୍ଷା କିମ୍ବା ଖରା ଦିନ କଥା ନ କହିଲେ ଭଲ। ଏସବୁକୁ ଖାତିର ନକରି ନିଇତି ଏଠାକୁ ପାଠ ପଢ଼ିବାକୁ ଆସୁଛନ୍ତି ପିଲାମାନେ। ଯେଉଁଠି ମଣିଷ ଛିଡ଼ା ହେବାକୁ ଭୟ ପାଇବ ସେଇଠି ଜୀବନକୁ ବାଜି ଲଗାଇ ଭବିଷ୍ୟତ ଗଢୁ଼ଛନ୍ତି । କେତେବେଳେ ଉଇ ମାଟି ପଡୁ଼ଛି ତ କେତେବେଳେ ଅନବରତ ଗଳୁଛି ପାଣି । ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories