www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜେଇ କଟା ଅଭିଯାନ ; ପୁଣି କଟିଲା ତିନି କୋଟି ଟଙ୍କାର ଗଞ୍ଜେଇ ଗଛ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏସପିଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଗଞ୍ଜେଇ ଗଛକଟା ଅଭିଯାନ ଜାରି ରହିଥିବା ବେଳେ ଜିଲ୍ଲାର ଗୋଛାପଡା ଥାନା ପକ୍ଷରୁ ମଧ୍ୟ ଏହି ଅପରେସନ ନୀଳଜହର ଜାରି ରହିଛି। ଗୋଛାପଡା ପୁଲିସର ଏହି ଅପରେସନ ଗୁରୁବାର ପଞ୍ଚମ ଦିନରେ ପହଞ୍ଚି ଥିବା ବେଳେ ଗୁରୁବାର ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଙ୍କ ନେତୃତ୍ୱରେ ଏହି ଥାନା ଅଧୀନରେ ଥିବା କାଟ୍ରିଙ୍ଗିଆ ପଞ୍ଚାୟତର ଉର୍ମାଗଡ଼, ବେଲପଦର,କାଣିବାଲି ଗାଁ ଅଞ୍ଚଳର ପାଖଆଖ ଜଙ୍ଗଲ ଜମି ମାନଙ୍କରେ ବେଆଇନ ଭାବରେ ଚାଷ ହୋଇଥିବା ପ୍ରାୟ ୩୩ ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛଗୁଡିକୁ କାଟି ନଷ୍ଟ କରି ଦିଆଯାଇଥିବା ପୁଲିସ ସୂଚନା ଦେଇଛି।
ଅନ୍ୟପଟେ କଟାଯାଇଥିଵା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଵା ଏହି ଗଞ୍ଜେଇ କଟାକୁ ନେଇ ଗୋଛାପଡା ଥାନାରେ ୧୮୯/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଗୁରୁବାର ଏହି ଅଭିଯାନରେ ଥାନା ଅଧିକାରୀଙ୍କ ସହ ଥାନାରେ କାର୍ଯ୍ୟରତ ଏସଆଇ ମନୋରଞ୍ଜନ ଭୋଇ, ଥାନାରେ ସମସ୍ତ ଗୃହରକ୍ଷୀ,ପ୍ରାୟ କୋଡିଏ ଜଣ ଶ୍ରମିକ ଓ ମାଜିଷ୍ଟ୍ରେଟ ବ୍ୟୋମକେଶ ପ୍ରଧାନ ଉପସ୍ଥିତି ଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories