ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବିଜ୍ଞାନ ପ୍ରଦର୍ଶନୀ
ରେଙ୍ଗାଲିକ୍ୟାମ୍ପ:ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣି କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ସମ୍ପାଦକ ଧୀରଜ ପଟ୍ଟନାୟକ, ସରପଞ୍ଚ ସୁକାନ୍ତି ଦୀପ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ ଦାଶ , ରବୀନ୍ଦ୍ର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାନନ୍ଦ ଭୋଇ, ସମିତି ସଭ୍ୟା ପିଙ୍କି ତାଣ୍ଡି ଅତିଥି ଭାବେ ଯୋଗଦେଇଥିଲେ ।
ଏହି ବିଜ୍ଞାନ ପ୍ରଦର୍ଶନୀରେ ସ୍ବାସ୍ଥ୍ୟ,ଜୀବନ,ପରିବହନ ଓ ଯୋଗାଯୋଗ ,କୃଷି ଓ କମ୍ପ୍ୟୁଟର ଭିତ୍ତିକ ଚିନ୍ତନ ଆଦି ୫ ଟି ବିଷୟକୁ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ସେଥିମଧ୍ୟରୁ ସ୍ବାସ୍ଥ୍ୟରେ ୨୦ଟି, ଜୀବନ ଶୈଳୀରେ ୫୫ଟି, କୃଷି ଉପରେ ୩୭ଟି , ପରିବହନ ଓ ଯୋଗାଯୋଗ ଉପରେ ୧୪ଟି ଓ କମ୍ପ୍ୟୁଟରରେ ୧୨ଟି ମୋଟ ୧୩୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରକଳ୍ପଗୁଡ଼ିକୁ ବିଚାର କରିବା ପାଇଁ ବିଚାରକ ଭାବେ ପରିତୋଷ ପାଢ଼ୀ, ଗଉଡ ଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମନୋଜ କୁମାର ଭୋଇ, ସହକାରୀ ଶିକ୍ଷକ ହାତିସର ଉଚ୍ଚ ବିଦ୍ୟାଳୟ, ଟଙ୍କଧର ପ୍ରଧାନ, ପ୍ରଧାନ ଶିକ୍ଷକ ଲେବିଡି, ସଞ୍ଜୟ ଖମାରୀ , ସହକାରୀ ଶିକ୍ଷକ ଜନତା ଉଚ୍ଚ ବିଦ୍ୟାଳୟ ଭଟଲି, ସୁଜାତା କର୍ଣ୍ଣ , ଡାଲବି ଉଚ୍ଚ ବିଦ୍ୟାଳୟ , ଭେଡେନ, ବନ୍ଦିତା ପ୍ରଧାନ ସରକାରୀ ଉଚ୍ଚ ବିଦ୍ୟାଳୟ , ଭଟଲି ଯୋଗ ଦେଇଥିଲେ । ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ସହ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପାଇଁ ଏକ ବିଜ୍ଞାନ ଆଲୋଚନାଚକ୍ରର ମଧ୍ୟ ଆୟୋଜନ କରାଯାଇଥିଲା । ଶିକ୍ଷା ଉପରେ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଉପରେ ଆଲୋଚନା ହୋଇଥିଲା। ସୋହେଲା ମହାବିଦ୍ୟାଳୟର ପ୍ରାଣୀ ଗବେଷକ ସୌଭାଗ୍ୟ ପ୍ରଧାନ ଆଲୋଚକ ରୂପେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ରେ ପୁରସ୍କାର ବିତରଣୀ ଉତ୍ସବ ରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତି ବିଷୟ ବର୍ଗରୁ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡ଼ିକୁ ଅତିଥି ଙ୍ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏଥିରେ ସ୍ବାସ୍ଥ୍ୟ ଓ କମ୍ପ୍ୟୁଟରରେ ସ୍ମିତାରାଣୀ ପ୍ରଧାନ , କୃଷି ରେ ସ୍ନେହା ସାହୁ, ଯୋଗାଯୋଗ ଓ ପରିବହନରେ ସତ୍ୟଜିତ ସାହୁ ପ୍ରଧାନଙ୍କ ପ୍ରକଳ୍ପ ଜିଲା ସ୍ତରୀୟ ପ୍ରଦର୍ଶନୀ ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ।ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ମନୋଜ ହରପାଳ, ହିମାଂଶୁ ଶେଖର ସାହୁ, ବାଳମୁକୁନ୍ଦ ସାହୁ,ଯାଦବ ପ୍ରଧାନ,ଚିତ୍ତରଞ୍ଜନ ମେହେର,ସଚିଦାନନ୍ଦ ପ୍ରଧାନ,ଗୋକୁଲା ମଲ୍ଲିକ,ସନ୍ତୋଷ କର, ଋଷୁଭ ପଣ୍ଡା, ବାବୁଲାଲ ପାଣ୍ଡିଆ, ଲବ ସାହୁ, ରମେଶ ସେଠ୍,ଗୋଲାପ ସାହୁ, ମୋତିଲାଲ୍ ଦେବତା, ବୈଲୋଚନ ପ୍ରଧାନ ଙ୍କ ସମେତ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
Comments are closed.