www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି: ଖଜୁରୀ ପତ୍ରରେ ତୋରଣ ନିର୍ମାଣ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଠେଲକୋଲୋଇ ଗ୍ରାମର ଦୁର୍ଗାପୂଜାର ଏଥର ୧୪ବର୍ଷ ପୂର୍ତ୍ତି। ଚଳିତ ବର୍ଷ ଠେଲକୋଲୋଇର ସାର୍ବଜନୀନ ଦୁର୍ଗା ପୂଜା ଆୟୋଜନ ପାଇଁ ଗଠନ କରାଯାଇଥିବା କମିଟିରେ ସନ୍ତୋଷ କୁମାର ନାଥଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଚୟନ କରାଯାଇଥିବାବେଳେ ,ଉପସଭାପତି ଭାବେ ହେମନ୍ତ ନାୟକ ଓ ସମ୍ପାଦକ ଭାବେ ସୁଧୀର କୁମାର ନାଥଙ୍କୁ ମନୋନୀତ କରାଯାଇଛି। ଆଗରୁ ଏହି କମିଟି କପଡ଼ା, ଟିଣ ସିଟ , ଅଖା ବସ୍ତା,ସବେଇ ଘାସ ଆଦିରେ ପୂଜା ତୋରଣ ପ୍ରସ୍ତୁତ କରି ଲୋକାଦୃତ ହୋଇଥିବା ବେଳେ ଏବର୍ଷ ଖଜୁରୀ ପତ୍ରରେ ଆକର୍ଷଣୀୟ ତୋରଣ ନିର୍ମାଣ ଚାଲିଛି। ସୁଦୂର କୋଲକାତାର କାରିଗର ମାନେ ତୋରଣ ତିଆରି କାମରେ ଲାଗି ପଡିଛନ୍ତି।
ବରଗଡ଼ର ମୂର୍ତ୍ତି କାରିଗର ଅମୁଲ୍ୟ ଭୋଇ ତାଙ୍କ ସହଯୋଗୀ ମାନଙ୍କ ସହିତ ମୂର୍ତ୍ତି ମାନଙ୍କୁ ଜୀବନ୍ତ ରୂପ ଦେବା କାମରେ ନିୟୋଜିତ ଅଛନ୍ତି। ବରଗଡ଼ର ବିବେକାନନ୍ଦ ମିଶ୍ର ମୁଖ୍ୟ ପୂଜକ ଦାୟିତ୍ବ ତୁଲାଇବେ ଏବଂ ଦେବେନ୍ଦ୍ର କୁମାର ନାଥ ତାଙ୍କ ଧର୍ମ ପତ୍ନୀ ସହ କର୍ତ୍ତା ଦାୟିତ୍ବ ତୁଲାଇବେ ବୋଲି କମିଟି ସୁତ୍ରରୁ ପ୍ରାପ୍ତ ସୂଚନାରୁ ପ୍ରକାଶ । ଷଷ୍ଠୀ ଦିନରୁ ବିଲ୍ବ ବରଣ କରି ପୂଜା ଆରମ୍ଭ ହୋଇ ଦଶମୀ ଦିନ ପର୍ୟ୍ୟନ୍ତ ଶାକ୍ତ ବିଧି ପରମ୍ପରା ମତେ ପୂଜା ଆରାଧନା କରାଯାଇ ପ୍ରତ୍ୟେକ ଦିନ ସମସ୍ତ ଭକ୍ତ ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଭୋଗର ବ୍ୟବସ୍ଥା କରାଯାଇଛି। । ଏ ବର୍ଷର ମୂଖ୍ୟ ଆକର୍ଷଣ ହେବ ରାବଣ ପୋଡି, ଭସାଣି ଶୋଭାଯାତ୍ରା,କୋଲକାତା ତଥା ସୋନପୁରର ସଙ୍ଗୀତ କାର୍ୟ୍ୟକ୍ରମ ଏବଂ ସଙ୍ଗେ ରୁକୁ ସୁନା ଓ ସାଥୀ ମାନଙ୍କ ସମ୍ବଲପୁରୀ ମେଲୋଡି କାର୍ୟ୍ୟକ୍ରମ। ଶିଳ୍ପ ସମୃଦ୍ଧ ଠେଲକୋଲୋଇ ରେ ଚଳିତ ବର୍ଷ ଦୁର୍ଗା ପୂଜାକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରାଯିବ ବୋଲି ପୂଜା କମିଟିର କର୍ମକର୍ତ୍ତା ମାନେ ନିଷ୍ପତ୍ତି ନେଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories