www.samajalive.in
Saturday, December 6, 2025
14.1 C
Bhubaneswar

ବାସରୁ ବଞ୍ଚିତ କଲା ବର୍ଷା ; ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଦମ୍ପତ୍ତି

ରେଙ୍ଗାଲିକ୍ୟାମ୍ପ : ବାସହୀନଙ୍କୁ ବାସ ଯୋଗାଇ ଦେବାପାଇଁ ସରକାରଙ୍କ ମାଳମାଳ ଯୋଜନା। ହେଲେ ବାସହୀନ ଭାବରେ ଗାଁ ରାସ୍ତାରେ ରାତି ବିତାଉଛନ୍ତି ଗରିବ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋପ ପଂଚାୟତ ଅଧିନସ୍ଥ ସିଂହପାଲି ରଙ୍ଗା ଟିକ୍ରାରେ । ଝାଟିମାଟିର କୁଡ଼ିଆ ଘର କରି ରହୁଥିଲେ ଶତ୍ରୁଘ୍ନ ଭୁଏ ଓ ତାଙ୍କ ପରିବାର । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ନିଶ୍ଚିହ୍ନ ହୋଇଗଲା ତାଙ୍କ କୁଡ଼ିଆ ଖଣ୍ଡିକ। ଫଳରେ ସରପଞ୍ଚଙ୍କୁ କାକୁତି ମିନତି ହୋଇଥିଲେ ଟିକେ ଆଶ୍ରୟ ପାଇଁ । ବ୍ଲକର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ଏହି ବେସାହାରା ପରିବାର ଘର ଖଣ୍ଡିଏ ପାଇଁ । ସରପଞ୍ଚ ଏକ ମାସ ହେଲା ପଂଚାୟତରେ ଜାଗା ଟିକେ ଦେଇଥିବାରୁ ପଂଚାୟତରେ ଦିନ କାଟୁଥିଲେ ଏହି ପରିବାର ।
ମଜୁରୀ କରି ପେଟ ପୋଷୁଥିବା ଏହି ଦମ୍ପତ୍ତି ଗୁରୁବାର ଦିନ କାମକୁ ଯାଇ ସନ୍ଧ୍ୟାରେ କାମରୁ ଫେରିଲା ବେଳେ ପଂଚାୟତ ଅଫିସ ଗେଟ୍ ରେ ତାଲା ପଡି ରହିଥିଲା । ରାତ୍ରିରେ ବହୁତ ହଇରାଣ ହୋଇ ଶେଷରେ ଗାଁର ରାସ୍ତାରେ ରାତି କାଟିଥିଲେ । ଏବେ ସେମାନଙ୍କୁ ସେହି ସ୍ଥାନ ଖାଲି କରିବାକୁ କହୁଛନ୍ତି । ପୁଲିସ ମଧ୍ୟ ଘଟଣା ସ୍ଥଳକୁ ଆସିଥିଲେ ତଥାପି କୌଣସି ସୁଫଳ ମିଳିନଥିଲା। ଆଗରୁ ଶତ୍ରୁଘ୍ନଙ୍କ ନାଁରେ ଘର ଆସିଛି ବୋଲି ତାଙ୍କୁ କୁହାଯାଇଥିଲା । ହେଲେ ତାଙ୍କ ନାରେ କୌଣସି ଘର ନାହିଁ ବୋଲି କହି ହଇରାଣ କରୁଛନ୍ତି। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିକ୍ରିୟା ସ୍ୱରୂପ ଏହାର ବିହିତ ତଦନ୍ତ ପାଇଁ ବ୍ଲକ ପ୍ରଶାସନକୁ ଯୋଗାଯୋଗ କରି ଦମ୍ପତିଙ୍କ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories