www.samajalive.in
Monday, December 8, 2025
14.1 C
Bhubaneswar

ଚୋରି ମାମଲାରେ ୨ ଗିରଫ କୋର୍ଟ

ରେଙ୍ଗାଲକ୍ୟାମ୍ପ: ଅତାବିରା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ଗତ ୨୬ ତାରିଖ ରାତିରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଅଫିସ ଭିତରେ ଥିବା ଏକ ନୂଆ ୪୦ ଇଞ୍ଚର ଏଲଇଡିଟିଭି ଚୋରି ହୋଇଥିଲା। ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ନିର୍ଦେଶକ୍ରମେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ସ୍ଥାନୀୟ ଅଞ୍ଚଳର ଚାରିଆଡ଼େ ଚୋରକୁ ଧରିବା ପାଇଁ ଜାଲ ବିଛାଇ ଯାଇଥିଲା।

ଫଳରେ ଚୋରମାନେ ପୁଲିସ ଜାଲରେ ପଡ଼ିଥିଲା। ପଚରା ଉଚୁରା କରାଯିବ ପରେ ଅତାବିରା ଇନ୍ଦୋର ଷ୍ଟାଡିୟମ୍ ଛାତ୍ ଉପରେ ଚୋର ମାନେ ତାକୁ ଲୁଚାଇ ରଖିଥିବା ପ୍ରକାଶ କରିଥିଲେ। ଟିଭିକୁ ଜବତ କରିବା ସହ ଉକ୍ତ ଚୋରମାନଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କେସ ନଂ ୩୦୭ / ଧାରା ୪୫୭/୩୮୦/୩୪ କ୍ରମେ ଏକ କେସ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୪ ର ତବରେଜ ଖାଁ ଓରଫ ଇଦୁ (୨୧) ଓ ଅତାବିରା ସହରା ପଡ଼ାର ସୁରଜ କଠାର (୨୧)। ଆଜି ଅତାବିରା ପୁଲିସ ଚୋରି ହୋଇଥିବା ଟିଭିର ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ତଥା ଚିହ୍ନଟ କରାଯିବା ପରେ ଜବତ କରିଥିବା ଟିଭିକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories