www.samajalive.in
Saturday, December 6, 2025
16.1 C
Bhubaneswar

ଅତାବିରା ଆମ ପୁଲିସ ସମିତିର ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଳକ ଟୋପ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅତାବିରା ଥାନା ଆମ ପୁଲିସ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ବୈଠକରେ ଅଧ୍ୟକ୍ଷତା କରିବା ସହ ସାଇବର ଠକେଇ ଠାରୁ ସତର୍କ ରହିବା, ବାଲ୍ୟ ବିବାହକୁ ରୋକିବା ଓ ବାଇକ ଚଲାଇଲା ବେଳେ ହେଲମେଟ ବ୍ୟବହାର କରିବା ପାଇଁ ସଚେତନ କରିଥିଲେ।ସରପଞ୍ଚ ଡୋଲେଶ୍ୱରୀ ବୁଡା,ସମିତି ସଭ୍ୟ ଓକିଲ ଭାତପାହାର, ଜୟନ୍ତ ମିଶ୍ର, ସୁରେନ୍ଦ୍ର ମେହେର, ରମେଶ ପଞ୍ଚବିହା ମଞ୍ଚାସିନ ରହି ନିଜର ମତାମତ ପ୍ରକାଶ କରିଥିଲେ। ଏସ ଆଇ ଲଳିତ ନାଗ, ଭଜମନ ବିଶି, ଯୁଗଳ କିଶୋର ତାଣ୍ଡି, ଫକୀର ବେହେରା, ଓକିଲ ବାଦୀ ପ୍ରମୁଖ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିବା ବେଳେ ମହାଦେବ ସୁନା, ଅଚ୍ୟୁତ ଗଡତିଆ, ନବୀନ ଗଡତିଆ, ଈଶ୍ୱର ବୁଡା, ପୂର୍ଣ୍ଣ ମିରିଗ, ଦେବ ନାଗ ପ୍ରମୁଖ ସଂଯୋଜନାରେ ସହଯୋଗ କରିଥିଲେ।ଗ୍ରାମ୍ୟ କମିଟି, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଚାଷୀ, ବ୍ୟବସାୟୀ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories