ଭୁବନେଶ୍ୱର : ଏସସି/ଏସଟି ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏଣିକି ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ ପଢି ପାରିବେ ଏସସି/ଏସଟି ଛାତ୍ରଛାତ୍ରୀ। ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ମାଗଣାରେ ଛାତ୍ରଛାତ୍ରୀ ପଢିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏନେଇ ଆର୍ଥିକ ସହାୟତା ମିଳିବ। ସରକାରୀ ସ୍କୁଲରେ ପଢୁଥିବା ଓଡିଆ ମାଧ୍ୟମ ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହୋଇ ଉପକୃତ ହେବେ। ଏମଏମସିପିୱାଇ ଯୋଜନା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବଙ୍କ ପକ୍ଷରୁ ଚିଠି ହୋଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ।
Popular Categories



