www.samajalive.in
Saturday, December 6, 2025
16.1 C
Bhubaneswar

ଅଧା ରହିଗଲା ନବଜାତ ପୁଅର ଉତ୍ସବ… ସମ୍ପର୍କୀୟଙ୍କୁ ନେବାକୁ ଯାଇ ପିତା ନିଖୋଜ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ୱାର୍ଡ ନଂ ୪ ଟେଲିଫୋନ ଏକ୍ସଚେଞ୍ଜ ରାସ୍ତା ଦେଇ ଅତାବିରା ରେଲୱେ ଷ୍ଟେସନକୁ ଯିବା ରାସ୍ତାରେ ଏକ ଆପାଚି ବାଇକ୍ ବିଲ ଭିତରେ ପଡ଼ିଥିବା ଓ ରାସ୍ତା ଉପରେ ଚପଲ,ଧାରୁଆ ଛୁରୀ, ହେଲମେଟ ପଡ଼ି ରହିଥିବା ଦେଖି ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି।
ଘଟଣା ସୂତ୍ରରୁ ଜଣା ପଡ଼ିଛି, ଭେଡେନ ବ୍ଲକ ଅଧିନରେ ଥିବା ଋଷୁଡା ଫାଣ୍ଡି ସ୍ଥିତ ଦେଶ ଭଟଲି ବିଶି ପାଲିର ଏକ ଚାଷୀ ବିକିନା ଭାସ୍କରଙ୍କ ଏକ ମାତ୍ର ପୁଅ ବିକିନା କ୍ରୀଷ୍ଣା (୩୦)ଙ୍କ ଏକ ଶିଶୁ ପୁତ୍ର ଜନ୍ମ ହେବାର ମାତ୍ର ପାଞ୍ଚ ମାସ ହୋଇଥିବାବେଳେ ଆସନ୍ତା ୧୯ ତାରିଖ ଶନିବାର ତାର ଉତ୍ସବ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ଟ୍ରେନରେ ଆସୁଥିବା ସମ୍ପର୍କୀୟ ଲୋକଙ୍କୁ ପାଛୋଟି ନେବା ପାଇଁ ସେ ଅତାବିରା ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ସମ୍ପର୍କୀୟ ମାନେ ଟ୍ରେନରୁ ଓହ୍ଲାଇଥିବା ପରେ ଏକ କାରରେ ତାଙ୍କୁ ଘରକୁ ପଠାଇଥିଲେ ଓ ନିଜେ ବାଇକ୍ ମାଧ୍ୟମରେ ପଛରେ ଯାଉଛି ବୋଲି କହିଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି। କିଛି ସମୟ ପରେ ସମ୍ପର୍କୀୟ ଲୋକେ ତ ପହଞ୍ଚି ଯାଇଥିଲେ ହେଲେ ସେମାନଙ୍କୁ ନେବାକୁ ଯାଇଥିବା କ୍ରୀଷ୍ଣା ଫେରି ନଥିଲେ। ଯାହା ଫଳରେ ଘର ଲୋକେ ବିଳମ୍ବତା ଦେଖି ବନ୍ଧୁ ବାନ୍ଧବଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବା ସହ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ରାସ୍ତା କଡ଼ରେ ତାଙ୍କର ବାଇକ୍ ,ଚପଲ ଆଦି ପଡ଼ିଥିବା ଦେଖିଥିଲେ ହେଲେ ତାଙ୍କୁ ପାଇ ନଥିଲେ ।
ତେଣୁ ସକାଳେ ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳେ ପୁଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ମୋବାଇଲ ମାଧ୍ୟମରେ ଲୋକେସନକୁ ଦେଖି ଖୋଜାଖୋଜି ଆରମ୍ଭ କରିଥିଲେ ହେଁ କେବଳ ବିଲ ଭିତରେ ପଡ଼ିଥିବା ନିଳ ରଙ୍ଗର ଆପାଚୀ ବାଇକ୍ ,ହେଲେମେଟ୍ ଓ ରାସ୍ତା ଉପରେ ପଡ଼ି ରହିଥିବା ଚପଲକୁ ଦେଖି ଘର ଲୋକେ ଚିହ୍ନଟ କରିଥିବାବେଳେ ନିକଟରେ ଆଉ ଏକ ଧାରୁଆ ଛୁରୀ ଦେଖି କିଛି ନା କିଛି ଅଘଟଣ ଘଟି ଥାଇପାରେ ବୋଲି ପରିବାର ତଥା ସମ୍ପର୍କୀୟ ଲୋକେ ସନ୍ଦେହ କରୁଥିବା ଜଣାପଡିଛି। ଏନେଇ ଅତାବିରା ପୁଲିସ ସଦଳବଳେ ଅନୁସନ୍ଧାନି କୁକୁର ସାହାଯ୍ୟରେ ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଏ ପର୍ୟ୍ୟନ୍ତ ତାଙ୍କର କୌଣସି ଖବର ମିଳିନାହିଁ । ତେବେ ନିଖୋଜ କ୍ରିଷ୍ଣାଙ୍କ ବାଇକ୍,ଚପଲ ଓ ପାଖରେ ଛୁରୀ ପଡ଼ିଥିବା ଘଟଣା ,ସେ ଜୀବିତ ନା ମୃତ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେ ନିଶା ସେବନ କରନ୍ତି ନାହିଁ କି କାହାରି ସହିତ କୌଣସି ଶତ୍ରୁତା ମଧ୍ୟ ତାଙ୍କର ନାହିଁ ବୋଲି ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତାଙ୍କୁ ଖୋଜାଖୋଜି ସହ ଘଟଣାର ତଦନ୍ତ ଜାରି ରହିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories