www.samajalive.in
Saturday, December 6, 2025
26.1 C
Bhubaneswar

ବାଲିଘାଟ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ସରସରା ରାଜସ୍ୱ ସର୍କଲର ବଡବଙ୍କାପଡ଼ା ମହାନଦୀ ବାଲିଘାଟର ପରିବେଶ ମଞ୍ଜୁରୀ ପାଇଁ ଜିଲ୍ଲାପ୍ରଶାସନ ଏବଂ ପ୍ରଦୂଷଣ କଂଟ୍ରୋଲ ବୋର୍ଡ ମିଳିତ ସହଯୋଗରେ ଗୁରୁବାର ଏକ ସର୍ବସାଧାରଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାତ୍ର ଜନଶୁଣାଣି ଭଳି ଏକ ମହତାକାଂକ୍ଷୀ କାର୍ଯ୍ୟକ୍ରମରେ ଜନପ୍ରତିନଧିଙ୍କ ଅଜାଣତରେ ଅନୁଷ୍ଠିତକୁ ୭ନମ୍ବର ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ବିରୋଧ କରିବା ସହିତ ଏହା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠାଇଛନ୍ତି।

ପ୍ରକାଶ ଯେ, ଏହି ତହସିଲ ଅର୍ନ୍ତଗତ ବଡବଙ୍କାପଡ଼ା ଗ୍ରାମର ୫.୪୬୩ହେକ୍ଟର ପରିମିତ ଅଂଚଳର ଖାତା ନମ୍ବର୧୧୩ ,ପ୍ଲଟ ନମ୍ବର-୩୭୨ ଏବଂ ୩୫୫ସ୍ଥିିତ ବାଲିଘାଟର ପରିବେଶ ମଞୁରୀ ନିମନ୍ତେ ସର୍ବସାଧାରଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ରଭଞ୍ଜନ ମଦନମୋହନ ପାତ୍ର, ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ହରଭଙ୍ଗା ତହସିଲଦାର ଶିବାନୀ ଦାଶ,ଆଂଚଳିକ ପ୍ରଦୂଷଣ କଂଟ୍ରୋଲ ବୋର୍ଡ ବଲାଙ୍ଗିରର ବବିତା ସିଂ ପ୍ରମୁଖ ଯୋଗଦାନ କରିଥିଲେ। ମାତ୍ର ସର୍ବସାଧାରଣ ଶୁଣାଣି ଭଳି ଏକ ମହତ୍‌‌ କାର୍ଯ୍ୟକ୍ରମକୁ ଜନପ୍ରତିନିଧିଙ୍କ ଅଜାଣତରେ ଏବଂ ୭୫ଭାଗରୁ କମ୍‌‌ ଲୋକଙ୍କ ଅନୁପସ୍ଥିତିରେ ଶୁଣାଣି କାହାସ୍ୱାର୍ଥରେ କରାଗଲା ତାକୁ ନେଇ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଏହାର ତୀବ୍ର ନିନ୍ଦା କରିବା ସହିତ ଶୁଣାଣିକୁ ବାତିଲ କରିବା ପାଇଁ ସେ ଦାବୀ କରିଛନ୍ତି। ଏ ସର୍ମ୍ପକରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ରଭଞ୍ଜନ ମଦନମୋହନ ପାତ୍ରଙ୍କୁ ଶୁଣାଣି ପାଇଁ କେଉଁମାନଙ୍କୁ ନୋଟିସ କରାଯାଇଥିଲା ପଚାରିବାରୁ ସେ କହିଲେ ଆଂଚଳିକ ପ୍ରଦୂଷଣ କଂଟ୍ରୋଲ ବୋର୍ଡ ଏହାର କନଭେନର ସେ ଏହାର ଉତର ଦେଇପାରିବେ ବୋଲି କହିଥିଲେ। ଏ ସମ୍ପର୍କରେ ପ୍ରଦୂଷଣ କଂଟ୍ରୋଲ ବୋର୍ଡ ଅଧିକାରୀଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories