www.samajalive.in
Saturday, December 6, 2025
16.1 C
Bhubaneswar

ଅତାବିରା ଏସବିଆଇ ଏଟିଏମରୁ ବ୍ୟାଟେରୀ ଚୋରି

ରେଙ୍ଗାଲିକ୍ୟାମ୍ପ : ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଥିବା ଏଟିଏମରୁ ଗତ ରାତିରେ ଦୁର୍ବୃତ୍ତ ମାନେ ବ୍ୟାଟେରୀ ଚୋରି କରି ନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସବିଆଇ ମୁଖ୍ୟ ପ୍ରବନ୍ଧକ ନିଜର ସହଯୋଗୀ ସହ ଏଟିଏମକୁ ଯାଇ ଯାଞ୍ଚ କରିଥିଲେ। ପ୍ରକୃତରେ ବ୍ୟାଟେରୀ ଚୋରି ହୋଇଥିବା ଦେଖି ଅତାବିରା ପୁଲିସକୁ ଖବର ଦେଇଥିଲେ। ଘଟଣାର ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ,ଏହି ଏଟିଏମଟି ୨ ଦିନ ହେଲା ଅଚଳାବସ୍ଥାରେ ରହିଥିଲା। ଏପରିକି ଏହାର କନେକଟିଭିଟି ଯନ୍ତ୍ର ବନ୍ଦ ରହିଥିଲା । ଏଥିରେ ବ୍ୟବହୃତ ୧୪ ଟି ବ୍ୟାଟେରୀ ଚୋରି ହୋଇଥିବାର ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ରୁ ଉର୍ଦ୍ଧ୍ବ ହେବ ବୋଲି ବ୍ୟାଙ୍କ ପ୍ରବନ୍ଧକଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ବ୍ୟାଟେରୀ ଗୁଡ଼ିକ ଏଟିଏମର ସମସ୍ତ ଆଲୋକ ବ୍ୟବସ୍ଥା ପାଇଁ କାର୍ଯ୍ୟ କରିଥାଏ । ଚୋର ମାନେ ପ୍ରଥମେ ସି ସି କ୍ୟାମେରାର ତାର କାଟି ଅଚଳ କରିଦେଇ ପରେ ଚୋରି କରିଥିବା ଜଣାପଡିଛି । ଆଜି ଅନୁସନ୍ଧାନ ଦଳକୁ ଖବର ଦିଆଯାଇ ଏହି ଦୁର୍ବୃତ୍ତ ମାନଙ୍କୁ ଧରାଯିବ ବୋଲି ପୁଲିସ  ପକ୍ଷରୁ ସୂଚନା ରହିଥିବା ବ୍ୟାଙ୍କ୍ ପ୍ରବନ୍ଧକ କହିଛନ୍ତି ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories