www.samajalive.in
Friday, December 12, 2025
15.1 C
Bhubaneswar

ପୁଣି ପରଦାକୁ ଆସିବ ଯାଦୁ; ୨୦ ବର୍ଷ ପରେ ପୁନଃ ରିଲିଜ୍‌ ହେବ ‘କୋଇ ମିଲ୍‌ ଗୟା’

ମୁମ୍ବଇ: ୨୦୦୩ରେ ମୁକ୍ତିଲାଭ କରିଥିବା ହ୍ରିତିକ୍‌ ରୋଶନଙ୍କ ଚଳଚ୍ଚିତ୍ର ‘କୋଇ ମିଲ୍‌ ଗୟା’ ସେ ସମୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ପିଲାଙ୍କଠୁ ବୃଦ୍ଧ ପର୍ଯ୍ୟନ୍ତ ସଭିଏଁ ଏହି ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ଭିଡ଼ ଜମାଇଥିଲେ। ଚଳିତ ମାସ ‘କୋଇ ମିଲ୍‌ ଗୟା’ର ମୁକ୍ତିଲାଭକୁ ୨୦ ବର୍ଷ ପୂର୍ତ୍ତି ହେଉଛି। ଏହି ଅବସରରେ ନିର୍ମାତା ଏହାକୁ ପୁଣି ଥରେ ରିଲିଜ୍‌ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଚଳଚ୍ଚିତ୍ର ‘କୋଇ ମିଲ୍ ଗୟା’ର ୨୦ ବର୍ଷ ପୂରଣ ହେବା ଅବସରରେ ଏହି ଫିଲ୍ମକୁ ୩୦ଟି ସହରରେ ପୁନଃ ମୁକ୍ତିଲାଭ କରାଯିବ। ଅଗଷ୍ଟ ୪ରେ ଏହି ଚଳଚ୍ଚିତ୍ର ୩୦ଟି ସହରରେ ପିଭିଆର ଏବଂ ଆଇନକ୍ସରେ ମୁକ୍ତିଲାଭ କରିବ। ଏକ ସାକ୍ଷାତକାରରେ ଫିଲ୍ମର ନିର୍ଦେଶକ ରାକେଶ ରୋଶନ ଏନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ହ୍ରିତିକ୍ ରୋଶନଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ। ଚଳଚ୍ଚିତ୍ରରେ ହ୍ରିତିକଙ୍କ ବିପକ୍ଷରେ ପ୍ରୀତି ଜିଣ୍ଟା ନଜର ଆସିଥିଲେ। ଏହା ବ୍ୟତୀତ ହ୍ରିତିକଙ୍କ ମାଆ ଭୂମିକା ରେଖା ଅଭିନୟ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories