www.samajalive.in
Thursday, December 11, 2025
15.1 C
Bhubaneswar

ନାଗାବଳୀ ନଦୀ ପୋଲର ଗାଡଓ୍ବାଲ ଫାଟିବାରୁ ଅଞ୍ଚଳବାସୀ ଭୟଭୀତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ନୂତନ ଭାବେ ତିଆରି ହୋଇଥିବା ପୋଲର ଗାଡଓ୍ବାଲ ଫାଟି ଆଁ କରି ରହିଥିବାବେଳେ ମାଟି ଦବି ଯାଇଥିବା ଯୋଗୁଁ ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି ।  ଗତ ୨୦୧୭ ମସିହା ଜୁଲାଇ ୧୬ ତାରିଖରେ ବାଦଲଫଟା ବର୍ଷା ହୋଇଥିବାରୁ କଲ୍ୟାଣସିଂହପୁର ବ୍ଲକରେ ବନ୍ୟାହୋଇ ବହୁଧନ ସମ୍ପତ୍ତି ନଷ୍ଚ ହେବା ସାଙ୍ଗକୁ ପାଞ୍ଚଟି ପୋଲ ଭାସି ଯାଇଥିଲା । କଲ୍ୟାଣସିଂହପୁର ସଦର ମହକୁମା ନାଗାବଳୀ ନଦୀର ସେତୁ (ପୋଲ)ଟି ଦୁର୍ବଳ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଅନ୍ୟପଟେ ନୂତନ ପୋଲ ନିର୍ମାଣ କରାଗଲା । ଦଶଦିନ ପୁର୍ବେ ଏହି ପୋଲକୁ ଲାଗି ପ୍ରାୟ ୪ ରୁ ୫ ପୁଟର ଗାଡଓ୍ବାଲ କରି ମାଟି ପକାଇବା ସହ ଚିପସ କଂକ୍ରିଟ କରାଯାଇଥିଲା ।

ଅନ୍ୟପଟେ ଲଗାଣ ବର୍ଷା ଲାଗି ରହିଥିବାବେଳେ ତରବରିଆ ଭାବେ ଉକ୍ତ ଠିକାଦାର ଗାଡଓ୍ବାଲ କରିଥିବାରୁ ଲଗାଣ ବର୍ଷା ଯୋଗଁ ମାଟି ଦବି ଯିବାରୁ ଉଭୟ ପାର୍ଶ୍ୱର ଗାଡଓ୍ବାଲ ଗୁଡିକ ଫାଟିଯାଇ ଆଁ କରି ରହିଥିବାରୁ ଅଞ୍ଚଳବାସୀ ଏହାକୁ ଦେଖି ଭୟଭୀତ ରହିଛନ୍ତି। ଜେକପୁର ଠାରୁ କଲ୍ୟାଣସିଂହପୁର ବ୍ଲକ କାର୍ୟାଳୟ ପର୍ୟ୍ୟନ୍ତ ରାଜ୍ୟ ରାଜପଥ ହୋଇଥିବା ବେଳେ ମୁଖ୍ୟ ସଡକରେ ଉଭୟ ପାର୍ଶ୍ୱରେ ଡ୍ରେନଜ ଗୁଡିକ କରାଯାଇଛି । କଲ୍ୟାଣସିଂହପୁର ସଦରରେ (ଡ୍ରେନଜ) କେନାଲ ଗୁଡିକ ଅତି ନିମ୍ନମାନର ହୋଇଥିବା ଯୋଗୁଁ ଅନେକ ସ୍ଥାନରେ ଡ୍ରେନରେ ପାଣି ଠିକ ଭାବରେ ନଜାଇ ରାସ୍ତାରେ ଯାଉଥିବା ଅଞ୍ଚଳବାସୀ ଅଭିଯାଗ କରିଛନ୍ତି।

କଲ୍ୟାଣସିଂହପୁର ଠାରୁ ରାୟଗଡାକୁ ଏହି ରାଜ୍ୟ ରାଜପଥ ସଡକ ହୋଇଥିବା ବେଳେ ଏହି ପୋଲ ଦେଇ ଅନେକ ଛୋଟ ବଡ ଯାନବାହାନ ଯାତାୟତ କରୁଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ମାନେ ନିତିଦିନିଆ ଯାତାୟାତ କରଥାନ୍ତି । ତୁରନ୍ତ ଜିଲା କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଏ ନେଇ ପୁର୍ତ୍ତବିଭାଗର ଯନ୍ତ୍ରୀ ରାଜୀବ ବେହେରାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଠାରୁ କୌଣସି ଉତ୍ତର ମିଳିପାରୁନି । ଏସମ୍ପର୍କରେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଅମ୍ବିକା ମିଶ୍ରଙ୍କ ଯୋଗାଯୋଗ କରିବାରୁ ବର୍ତ୍ତମାନ ବର୍ଷା ହେଉଛି ସେହି କାମ କରିହେବ ନାହିଁ ଏହା ଉପଯୁକ୍ତ କାମ ହୋଇନାହିଁ । ବର୍ଷା ଛାଡିଲେ କାମ କରାଯିବ । ବର୍ତ୍ତମାନ ସେହି ସ୍ଥାନରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ ସାଇନ ବୋଡ଼ କରାଯାଉଛି ବୋଲି କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories