www.samajalive.in
Friday, December 12, 2025
15.1 C
Bhubaneswar

ବିଦ୍ୟାଳୟ ଛାତରୁ ଗଳୁଛି ପାଣି; ପାଠପଢା ବାଧାପ୍ରାପ୍ତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଅଧିନସ୍ଥ ବାମନଗୁଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତରୁ ଗଳୁଛି ପାଣି। ଫଳରେ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି। ୨୦୦୦ ମସିହାରେ ସ୍ଥାପିତ ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟ। ଆଜିକୁ ୨୩ ବର୍ଷ ହୋଇଥିଲେ ମଧ୍ୟ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ତିନୋଟି ଶ୍ରେଣୀ ଗୃହ ରହିଛି। ୯ ଜଣ ଛାତ୍ର ଓ ୧୧ ଛାତ୍ରୀ ଏହିପରି ମୋଟ ୨୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଦୁଇ ଜଣ ଅଛନ୍ତି।

ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପାଠପଢା ପାଇଁ ବହୁ ପଦକ୍ଷେପ ନେଇ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ପାଠପଢ଼ା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ଅଳ୍ପ ବର୍ଷା ହେଲେ ବିଦ୍ୟାଳୟ କୋଠରୀରୁ ପାଣି ଗଳୁଥିବାରୁ ବିଦ୍ୟାଳୟର ସମସ୍ତ କାଗଜପତ୍ର ପାଣିରେ ଭିଜି ନଷ୍ଟ ହେବା ସହ ଛାତ୍ରଛାତ୍ରୀମାନେ ବସି ପାଠ ପଢିବାରେ ଅସୁବିଧା ଭୋଗୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର କାଗଜପତ୍ର ସୁରକ୍ଷିତ ରଖିବା ପାଇଁ ପ୍ରଧାନ ଶିକ୍ଷକ ଆଲମାରୀ ଉପରେ ଜରି ଘୋଡେଇ ରଖିଥିବା କହିଛନ୍ତି।

- Advertisement -

ଯଦି ବିଦ୍ୟାଳୟରେ କୌଣସି ଅଘଟଣ ଘଟିଯାଏ, ସେଥିପାଇଁ ସରକାର ଦାୟୀ ରହିବେ କି ବୋଲି ଗ୍ରାମବାସୀ ପ୍ରଶ୍ନ କରୁଛନ୍ତି। ତେବେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏମିତି ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହାର ବିକାଶ ଦିଗରେ ପଦକ୍ଷେପ ନେଇ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା, ଅଭିଭାବକମାନଙ୍କ ମଧ୍ୟରେ ସରକାରୀ ବିଦ୍ୟାଳୟ ପ୍ରତି ରହିଥିବା ବିମୁଖତାକୁ ଦୂର କରିବା ସରକାରଙ୍କ ଗୁରୁଦାୟିତ୍ଵ ନୁହେଁ କି ବୋଲି ଗ୍ରାମର ଶିକ୍ଷା ପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀଙ୍କୁ ପଚାରିବାରୁ ସେ କହିଲେ, ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟଗୁଡିକ ପଞ୍ଚାୟତ ଓ ଉଚ୍ଚ ବିଦ୍ୟାଳୟଗୁଡିକ ବ୍ଲକ ତରଫରୁ ମରାମତି କରାଯିବ। ଏହାର ତଦନ୍ତ କରି ଆମେ ରିପୋର୍ଟ ଦେଲେ ତାହା ମରାମତି କରାଯିବ। ବର୍ଷା ହେବା ଯୋଗୁଁ ବିଦ୍ୟାଳୟ ଛାତରୁ ପାଣି ଗଳୁଥିବା ନେଇ ବିଡିଓ ସୁନିଲ ଖରା ଓ ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କ ନଜରକୁ ନେଇଥିବା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories