www.samajalive.in
Saturday, December 6, 2025
23.1 C
Bhubaneswar

ବିଧାୟିକାଙ୍କ ଦ୍ଵାରା ହିତାଧିକାରୀଙ୍କୁ ଭତ୍ତା,ଜମି ପଟ୍ଟା ଓ ସାଇକେଲ ପ୍ରଦାନ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ଏନ୍ଏସି କାର୍ୟ୍ୟାଳୟରେ ଅଧ୍ୟକ୍ଷ ବନମାଳୀ ବାରିହାଙ୍କ ସଭାପତିତ୍ବରେ ଏନ୍ଏସିର ଅନେକ ହିତାଧିକାରୀଙ୍କୁ ଭତ୍ତା ଓ ଜମିପଟ୍ଟା ପ୍ରଦାନ କରାଯିବାର ଏକ କାର୍ୟ୍ୟକ୍ରମ ରହିଥିଲା । ଏଥିରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହିତାଧିକାରୀଙ୍କୁ ଭତ୍ତା ,ଜମି ପଟ୍ଟା ଓ ସାଇକେଲ ପ୍ରଦାନ କରିଥିଲେ । ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଏହି ଅବସରରେ ମଧୁବାବୁ ପେନସନ ଯୋଜନାରେ ୩୧ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ୨୬ ଜଣଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର, ସଫେଇ କାର୍ୟ୍ୟକ୍ରମକୁ ତଦାରଖ କରିବା, ୱାର୍ଡ ମାନଙ୍କରେ ଥିବା ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ୭ ଜଣ ସ୍ଵଚ୍ଛସାଥିଙ୍କୁ , ଆହାର କେନ୍ଦ୍ରରେ କାର୍ୟ୍ୟ କରୁଥିବା ୬ ଜଣ ସ୍ୱଚ୍ଛ ସାଥୀଙ୍କୁ , ୩ ଜଣ ଜଳ ସାଥୀ , ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରରେ କାର୍ୟ୍ୟରତ ୭ ଜଣ ,ଏସଟିପିରେ କାମ କରୁଥିବା ୮ ଜଣଙ୍କୁ, କମ୍ୟୁନିଟି ଓ ସାମୁହିକ ଶୌଚାଳୟରେ କାମ କରୁଥିବା ୬ ଜଣଙ୍କୁ ମୋଟ ୩୬ ଜଣଙ୍କୁ ସାଇକେଲ ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମକୁ କର୍ମଚାରୀ ଅମରେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ । ଏଥିରେ ଉପାଧ୍ୟକ୍ଷ ଅନୁଶୟା ବିଶ୍ଵାଳ,୧୧ ଜଣ କାଉନସିଲର,ସିଦ୍ଧାର୍ଥ ଶଙ୍କର ପଣ୍ଡା, ଟଙ୍କଧର ଦାଶ, କର୍ମଚାରୀ ଚିନ୍ମୟୀ ପ୍ରଧାନ,  ଟୁନୁ କରାଳି,ପ୍ରସନ୍ନ ବେହେରା, କାର୍ୟ୍ୟ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ତାଣ୍ଡି,ସତ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories