www.samajalive.in
Saturday, December 6, 2025
14.1 C
Bhubaneswar

ମଦ ଜବତ ; ଅପରାଧୀ ଗିରଫ

ରେଙ୍ଗାଲିକ୍ୟାମ୍ପ : ପୁଲିସ ହାତରେ ଜଣେ ବେଆଇନ ମଦ ବିକ୍ରେତା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ପୁଲିସ ସୂତ୍ରରୁ ଜଣାପଡିଛି ଏହି ଅପରାଧୀ ଜଣକ ବରଗଡ଼ ମତୃବିହ।ରର ସଞ୍ଜୀବ ଗୁପ୍ତା (୪୮)। ସେ  ଏକ କାର୍ ରେ ବେଆଇନ ଭାବରେ ବିଦେଶୀ ମଦ ବିଭିନ୍ନ ସ୍ଥାନକୁ ଯୋଗାଇ ଆସୁଥିଲେ । ସକାଳ ୬ ଟା ସମୟରେ ରେଙ୍ଗାଲକ୍ୟାମ୍ପ କୁଡ଼ାପଡ଼ା ରାସ୍ତାରେ ଏମିତି ମଦ ବିକ୍ରି ତଥା ପରିବହନ କରୁଥିବା ବେଳେ ପୁଲିସ ଓଡ଼ିଶା ଅବକାରୀ ଆକ୍ଟରେ ଗିରଫ କରି ଗାଡ଼ି ,ମଦ,  ଗୋଟିଏ ମୋବାଇଲ ଫୋନ ସହ ନଗଦ ୧ ,୩୦,୨୫୦ ଟଙ୍କା ଜବତ କରିଛି। ଏହାକୁ ଭିତ୍ତି କରି କେସ ନମ୍ବର ୧୮୫/ତା ୧୧/୫/୨୩ ରେ ଏକ କେସ ରୁଜୁ କରି କୋର୍ଟ ଚାଲାଣ କରିଛି। ଅପରାଧୀକୁ ଧରିବାରେ ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଅନିମା ଏକା, ଏ ଏସ ଆଇ ଲଳିତ ନାଗ, କନଷ୍ଟେବଳ ମୁକେଶ ମେଶ୍ୱା, ହୋମ ଗାର୍ଡ ଆଦିତ୍ୟ କୁମ୍ଭାର ପ୍ରମୁଖ ଗିରଫ କରିବାରେ ସକ୍ଷମ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories