www.samajalive.in
Saturday, December 6, 2025
23.1 C
Bhubaneswar

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ କଳସ ଯାତ୍ରା 

ଗଞ୍ଜାମ : ଗଞ୍ଜାମ ସହରର ଓଡ଼ିଆ ଢାମଣା ସାହିରେ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ ଶୁକ୍ରବାର ଦିନ ସାହିରୁ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବାଦ୍ୟ ବାଜଣା ବଜାଇ ମହିଳା ଓ ପୁରୁଷ ମାନେ ପୂଣ୍ୟ ତୋୟା ଋଷିକୁଲ୍ୟା ନଦୀକୁ ଯାଇ ସେଠାରୁ ପୂଜାର୍ଚ୍ଚନା ପରେ ପାଣି ନେଇ ପୁଣି ଶୋଭାଯାତ୍ରାରେ ସାହିକୁ ଫେରିଥିଲେ । ପୁର୍ବରୁ ଶୁଭ ଖୁଣ୍ଟ ସ୍ଥାପାନ କରାଯାଇ ପରମ୍ପରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟା ସମୟରେ ମା’ଙ୍କ ଘଟ ପରିକ୍ରମା ବିରାଟ ପଟୁଆର ମଧ୍ୟରେ ହେବ । ରବିବାର ମଧ୍ୟ ରାତ୍ରରେ ଉଦଯାପନି କାର୍ୟ୍ୟକ୍ରମ ରହିଥିବା ନେଇ ଆୟୋଜକଙ୍କ ଠାରୁ ସୂଚନା ମିଳିଛି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories