www.samajalive.in
Saturday, December 6, 2025
15.1 C
Bhubaneswar

ସ୍ଥାୟୀ ପଟ୍ଟା ଓ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇଁ ମହିଳାଙ୍କ ବିକ୍ଷୋଭ

ରେଙ୍ଗାଲିକ୍ୟାମ୍ପ : ଦୀର୍ଘ ୭୦ ବର୍ଷ ଧରି ଆମେ ଆଦିବାସୀ ସମ୍ପ୍ରଦାୟର ସପରିବାର ରହି ଆସୁଥିଲେ ମଧ୍ୟ ଆମକୁ ଆଜି ଯାଏ ସ୍ଥାୟୀ ଘର ,ଜମି ପଟ୍ଟା ମିଳି ନାହିଁ କି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନାରେ ଆମକୁ ସାମିଲ କରାଯାଇ ନାହିଁ । ତେଣୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରିବୁ ଦାବି ପୂରଣ ହେବା ପର୍ୟ୍ୟନ୍ତ । ଏହା ହେଉଛି ଧର୍ମଘଟ ପାଇଁ ଓହ୍ଲାଇ ଥିବା ମହିଳାଙ୍କ ସ୍ୱର।
ଅତାବିରା ବ୍ଲକ ଅନ୍ତର୍ଗତ ମନା ପଡ଼ା ଗ୍ରାମର ଝୁପଡି ପଡ଼ା ଓ କେନାଲ ପଡ଼ାରେ ରହୁଥିବା ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ସପରିବାର ଉକ୍ତ ସ୍ଥାନରେ ରହି ଆସୁଥିଲେ ତଥା ବାରମ୍ବାର ନିଜର ଅଧିକାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସିଥିଲେ ମଧ୍ୟ କେହି ତାଙ୍କର କଥା ଶୁଣି ନାହାଁନ୍ତି ।ତେଣୁ ଗତ ୧୩ ତାରିଖ ଦିନ ବଜୟନ୍ତି ତପନଙ୍କ ସମେତ ଉଭୟ ପଡ଼ାର ମହିଳା ମାନେ ଅତାବିରା ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜାଗା ସହ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେବା ପାଇଁ ଦାବୀପତ୍ରରେ ଉଲ୍ଲେଖ କରିବା ସହ ସାକ୍ଷତ ଦିନ ଭିତରେ ଦାବି ପୁରଣ ନ ହେଲେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ ।
ଏହା ବ୍ୟତୀତ ଚାରି ମାସ ତଳେ ତତ୍କାଳୀନ ତହସିଲଦାର ସେମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଜମି ପଟା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଗୃହ ଯୋଗାଇଦେବା ପାଇଁ । ହେଲେ ଆଜି ଯାଏଁ କେହି ତାଙ୍କର ଦାବି ଶୁଣି ନାହାନ୍ତି। ତେଣୁ ଉଭୟ ପଡ଼ାର ମହିଳା ସପରିବାର ଆସି ଆଜି ଅତାବିରା ସାପ୍ତାହିକ ବଜାର ସମ୍ମୁଖରୁ ଏକ ରାଲି କରି ତହସିଲ କାର୍ୟ୍ୟାଳୟକୁ ପହଞ୍ଚି ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଥିଲେ। ସେମାନେ ରହି ଆସୁଥିବା ଜାଗାର ସ୍ଥାୟୀ ପଟା ସହ ଆବାସ ଯୋଜନାରେ ଘର ଯୋଗାଇ ନ ଦେବା ଯାଏଁ ଏମିତି ଅନଶନରେ ବସି ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯିବ,ପ୍ରବଳ ଗ୍ରୀଷ୍ମ ରାତିରେ ଏମିତି ଅନଶନ ନ କରିବା ପାଇଁ ତହସିଲଦାର ଓ ଅତିରିକ୍ତ ତହସିଲଦାର ଏହି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ପ୍ରଶାସନ ଅଧିକାରୀଙ୍କ କଥାକୁ ଏଡାଇ ଦେଇ ନିଜ ଜିଦ୍ ରେ ଅଟଳ ରହି ଅନଶନ ଜାରି ରଖିଛନ୍ତି। ଏହି ଅନଶନକାରିଙ୍କୁ ପଶ୍ଚିମ ଓଡ଼ିଶା ଆଦିବାସୀ ଦଳିତ ମହସଂଘ ବରଗଡ ଜିଲ୍ଲା ଓ ଆପ ଦଳ ପକ୍ଷରୁ ସମର୍ଥନ ଜଣାଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories