www.samajalive.in
Saturday, December 6, 2025
15.1 C
Bhubaneswar

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  

କଲମପୁର : ନିଜ ଘର ଭିତରେ ଏକ ପିନ୍ଧା ଧୋତିରେ ଝୁଲନ୍ତା ଅବସ୍ଥାରେ ଥିବା ଜନୈକ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି। କଲମପୁର ବେଲପଡାର ବାସିନ୍ଦା କୁମୁଦ ଚନ୍ଦ୍ର ବେହେରାଙ୍କ ଶବ ନିଜ ଘରର ଛାତରେ ଲାଗିଥିବା କାଠରେ ଏକ ଧୋତିରେ ସନ୍ଦେହାତ୍ମକ ଭାବେ ଟଙ୍ଗା ଯାଇଥିବା କିଛି ସମ୍ପର୍କୀୟ ଦେଖି ଥିଲେ। ତୁରନ୍ତ ଏନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହାପରେ କଲମପୁର ପୁଲିସ ଥାନାକୁ ଘଟଣା ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। ପୁଲିସ ପହଂଚିବା ପରେ ଥାନାର ଏ.ଏସ.ଆଇ ଶେଖର ଜେନା ଘଟଣା ସ୍ଥଳରେ ପହଞ୍ଚି ପାରିପାଶ୍ୱର୍ିକ ଅବସ୍ଥା ଅନୁଧ୍ୟାନ କରିବା ସହ ପରିବାର ଲୋକଙ୍କ ଲିଖିତ ସୂଚନାକୁ ଭିତି କରି ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିଥିଲେ। ଏହାପରେ ଶବକୁ ତଳକୁ ଓହ୍ଲାଇ ପଂଚନାମା କରିଥିଲେ। ବେକରେ ଯଦିଓ ଧୋତି ଟାଣି ହେଇ ରହିଥିଲା କିନ୍ତୁ ପାଦ ସମ୍ପୁର୍ଣ୍ଣ ଭାବେ ମାଟି ତଳେ ଲାଗି ରହିଥିଲା। ଯାହାକି ସାଧାରଣରେ ଆତ୍ମହତ୍ୟା ନାଁ ହତ୍ୟା ସେନେଇ ସନ୍ଦେହ ସୃଷ୍ଟି କରିଛି। ଶ୍ରୀ ବେହେରା ଜୟପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦିତ କରି ଅବସର ନେଇଥିଲେ। ବହୁ ପୂର୍ବରୁ ତାଙ୍କର ଏକମାତ୍ର ପୁଅ ଓ ପତ୍ନୀଙ୍କ ବିୟୋଗ ହୋଇସାରିଥିବା ବେଳେ ଏକମାତ୍ର ଝିଅ ଶାଶୁ ଘରେ ଥିଲା। ଶ୍ରୀ ବେହେରା ଏକାକୀ ଘରେ ରହୁଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଜୁନାଗଡର ଶବ ବାହକ ଯାନର ସହାୟତାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories