www.samajalive.in
Saturday, December 6, 2025
16.1 C
Bhubaneswar

ଲୋକଙ୍କ ପାଇଁ କାଳ ସାଜିଛି ଟାଟା ପାୱାର ଖାମଖିଆଲି କାମ 

ରେଙ୍ଗାଲିକ୍ୟାମ୍ପ: ଗାଁଠୁ ସହର ଚାରିଆଡ଼େ ଆଲୋକିକରଣ ପାଇଁ ତଥା ହିତାଧିକାରୀ ମାନଙ୍କ ପାଇଁ ଆଲୋକିକରଣ ସକାଶେ ଦିନ ଦୟାଲ, ସୌଭାଗ୍ୟ, ଆଇପିଡ଼ିଏସ୍ ଭଳି ସରକାରଙ୍କ ଅନେକ ଯୋଜନା ରହିଛି । ଏଥିରେ ହିତାଧିକାରୀଙ୍କୁ ସାମିଲ କରି ସେବା ଯୋଗାଇ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ଖୁଣ୍ଟ ପୋତି, କେବୁଳ ଟାଣି, ମିଟର ବୋର୍ଡ ମଧ୍ୟ ବାଡେଇ ଲାଇଟ୍ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ହେଲେ ସରକାର ବିଦ୍ୟୁତ୍ ବିଭାଗ ଦାୟିତ୍ଵ ଟାଟା ପାୱାର ନାମକ ଏକ କମ୍ପାନୀ ହାତରେ ଟେକି ଦେଇଛନ୍ତି । ଯାହାର ପରିଣାମ ଆଜି ଜଳ ଜଳ ହୋଇ ଦିଶୁଛି ।

ଅତାବିରା ବିଦ୍ୟୁତ୍ ବିଭାଗ ଏବେ ଅବହେଳିତ ହୋଇ ଅବ୍ୟବସ୍ଥିତ ହୋଇ ପଡ଼ିଛି  । ଏହା ବ୍ୟତୀତ ଅତାବିରା ସହର ତଥା ଅତାବିରା ଆଖପାଖ ଅଞ୍ଚଳରେ ଟାଟା ପାୱାରର ମନମାନୀ କାର୍ଯ୍ୟ ଓ ଵିଲ୍ ଅସୁଲି ଲୋକଙ୍କ ନିଦ ହଜେଇ ଦେଇଛି  । ଯାହାର କିଞ୍ଚିତ ଉଦାହରଣ ସ୍ୱରୂପ ଅତାବିରା ବିଦ୍ୟୁତ୍ ବିଭାଗ ଅଞ୍ଚଳରେ ଏବେ ବି ମୁଣ୍ଡ ଉପରେ ତାର ଗୁଡ଼ିକ ଝୁଲି ରହିବା ସହ ଲୋକେ ଅନ୍ଧାରରେ ରହୁଛନ୍ତି  । ଅନେକ ସ୍ଥାନରେ ଖୁଣ୍ଟ ପୋତି ତାରଟଣା ହୋଇଛି, ହେଲେ ବିଭାଗୀୟଙ୍କ ଅବହେଳା ଯୋଗୁ ଠିକ୍ ଭାବରେ ବିଦ୍ୟୁତ୍ ସରୋବରାହ ନହୋଇ ବାରମ୍ବାର ବିଦ୍ୟୁତ୍ କାଟ୍ ଭଳି ସମସ୍ୟାରେ ଲୋକେ ଜର୍ଜରିତ ହୋଇ ଅନ୍ଧାରରେ ରହିବା ସହ ଗାଁ ମାନଙ୍କରେ ଦିନଦିନ ଧରି ଅନ୍ଧାରରେ ରହୁଥିବା ନଜିର ରହିଛି  ।

- Advertisement -

ସେହିପରି ଗାଁ ଦାଣ୍ଡରେ ପିଲାଙ୍କ ସ୍କୁଲ ଯିବା ବାଟରେ, ସ୍କୁଲ ପରିସରରେ, ଲୋକଙ୍କ ଜାଗା ମଝିରେ ଏବେ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ ରହିତାର ଗୁଡ଼ିକ ବିପଦ କୁ ଆମନ୍ତ୍ରଣ କରୁଛି । ସେହିଭଳି ସରଣ୍ଡା ମନ୍ଦିର ତଥା ଭୁଲିଆ ଛକରୁ ଲରାସରା ପଞ୍ଚାୟତ ଯିବା ରାସ୍ତାରେ ରେଲୱେ କ୍ରସିଂ ପରେ ବାଲାଜୀ ରାଇସ ମିଲ ନିକଟରେ ବିଭାଗୀୟ ପିଟିଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ କିଛି ଚାଷ ଜମିକୁ ଓ ପ୍ରତ୍ୟହ ହଜାର ହଜାର ଲୋକଙ୍କ ଯିବା ଆସିବା ରାସ୍ତା ଉପରକୁ ଅଣେଇ ହୋଇ ଜୀବନ ନେବା ଅବସ୍ଥାରେ ଝୁଲାଅ ମାନ ଅବସ୍ଥାରେ ରହିଛି ହେଲେ ଦୀର୍ଘ ପାଞ୍ଚରୁ ଛଅ ମାସ ହେବ ବିଭାଗୀୟ ବିଲ ଅସୁଲି କରିବାରେ ମସଗୁଲ ରହୁଥିବା ବେଳେ ଏଥିପ୍ରତି କାହାରି ନଜର ନଥିବା ଲୋକେ କହୁଛନ୍ତି । ତେବେ ଏଥିପ୍ରତି ତୁରନ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ତଥା ଜିଲ୍ଲା ପାଳ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories