ଭଙ୍ଗା ଦଦରା ଘର ବଖାଣୁଛି ସ୍ୱାମୀହରା ସାଇବାନୀଙ୍କ ଜୀବନ କାହାଣୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ ଏ ସି ସ୍ଥିତ ଲାଦେରପାଲି ବନ୍ଧପଡାରେ ରହନ୍ତି ସlଇବାନୀ ବରିହା । ଵୟସ ୫୭ । ଜୀବିକା କହିଲେ ଅଙ୍ଗନୱାଡି ସହାୟିକା । ୨୦୦୮ ମସିହାରୁ ସେ ଏହି କାମ କରି ପାରିଶ୍ରମିକ ମାସକୁ ମାତ୍ର ୧୪୦୦ ଟଙ୍କା ପାଉଛନ୍ତି । ଚାରି ଝିଅ ବାହା ଦେଇ ସାରିଛନ୍ତି । ଗୋଟିଏ ପୁଅ ତାମିଲନାଡୁରେ ରହି କାମ କରୁଛି । ହେଲେ ସlଇବାନୀ ଘରେ ରହୁଥିବା ଘରର ଅବସ୍ଥା କହିଲେ ନସରେ । ଘରର କାନ୍ଥ ଖସିବାରେ ଲାଗିଲାଣି । କେତେବେଳେ ଚାଳରେ ସାପ  ଝୁଲୁଛି । ଏହି କୁଡିଆରେ ସେ ପାଞ୍ଚ ପାଞ୍ଚଟି ସନ୍ତାନଙ୍କୁ ବଡ କରିଛନ୍ତି । କିନ୍ତୁ ସେତେବଳେକୁ ଘରର ଅବସ୍ଥା ଏତେ ଶୋଚନୀୟ ହୋଇ ନଥିଲା ।

prayash

ଅନ୍ୟ ପକ୍ଷରେ ସ୍ଵାମୀ ବଞ୍ଚିଥିବା ବେଳେ କିଛି ନହେଲେ ତାଙ୍କରି ସାହାରା ମିଳୁଥିଲା । କଠିନ ପରିଶ୍ରମ କରି ଯାହା କିଛି ଅର୍ଜନ କରିଥିଲେ ସବୁ ଗୋଟି ଗୋଟି କରି ଝିଅ ବାହାଘରରେ ଖର୍ଚ୍ଚ କରିଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ହାତ ଗୋଡ଼ ଚାଲୁଛି ତ ପେଟକୁ ଦାନା ମିଳୁଛି । କିନ୍ତୁ ସେ ଯାହା ବି ହେଉ ପେଟ ଚାଖଣ୍ଡେ ପାଇଁ ସେ ଜୀବନ ସାରା ପରିଶ୍ରମ କରିବାରେ କୁଣ୍ଠା ପ୍ରକାଶ କରିନାହାନ୍ତି ।କିନ୍ତୁ  ମୁଣ୍ଡ ଗୁଞ୍ଜିବା ପାଇଁ  ଅନ୍ତତଃ ସୁରକ୍ଷିତ ବାସଟିଏ ଦରକାର୍ । ଜାଗା ମିଶନ ଯୋଜନାରେ ଭୂମି ହୀନ ମାନଙ୍କୁ ଜମି ପ୍ରଦାନ କରି ତାଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ତିଆରି କରିବା ପାଇଁ ସହାୟତା ଅର୍ଥ ରାଶି ପ୍ରଦାନ କରାଯାଉଛି ।

ଏଇ ଆଶା ନେଇ ସାଇବାନି ଅନେକ ଥର ସ୍ଥାନୀୟ ବିଭାଗୀୟ କର୍ତ୍ତୃପକ୍ଷ, ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି । ହେଲେ କେବଳ ଆଶ୍ଵାସନା ବ୍ୟତୀତ ତାଙ୍କୁ ଆଜି ଯାଏଁ କିଛି ମିଳିନାହିଁ । ଏହି ଭଙ୍ଗା ଦଦରା ଚାଳ ଘରେ ପ୍ରତିକ୍ଷଣରେ ଜୀବନକୁ ବିପଦ ମଣି  ରହୁଛନ୍ତି ସାଇବାନୀ । ଅନେଇ ରହିଛନ୍ତି ସରକାରୀ ସହାୟତାକୁ । ଘର ଖଣ୍ଡିଏ ପାଇଁ ସରକାରୀ ଯାଗା ମିଶନରେ ତାଙ୍କୁ ସାମିଲ କରାଇବାକୁ ସେ ଅନୁରୋଧ କରିଛନ୍ତି ସମସ୍ତଙ୍କୁ । ତେବେ ଦେଖାଯାଉ ସାଇବାନୀଙ୍କୁ କେବେ ସୁରକ୍ଷିତ ଆଶ୍ରୟ ଟିଏ ମିଳୁଛି ?

kalyan agarbati

Comments are closed.