ମୋଟର ଚାଳକ ସଂଘ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ରେଙ୍ଗାଲିକ୍ୟାମ୍ପ: ଅତାବିରା ମୋଟର ଚାଳକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟରେ ସରଣ୍ଡା ବାବା ବିଶ୍ଵେଶ୍ୱର ଶିବ ମନ୍ଦିର ପରିସରରେ ଜିଲ୍ଲା ସଭାପତି ନୀରୋଜ ପୋଢ଼ ଯାଦବ ଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି। ପ୍ରଥମେ ବାବା ବିଶ୍ୱେଶ୍ଵରଙ୍କ ଜଳାଭିଷେକ ତଥା ପୂଜାର୍ଚ୍ଚନା ପରେ ନୂତନ ଭାବରେ ନିର୍ବାଚିତ ହୋଇଥିିବା ୧୫ ଜଣ କର୍ମକର୍ତ୍ତା ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୋଟର ଚାଳକମାନଙ୍କ କେତେକ ସମସ୍ୟାକୁ ନେଇ ସରକାାରଙ୍କ ପାଖରେ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା।

Comments are closed.