www.samajalive.in
Saturday, December 6, 2025
16.1 C
Bhubaneswar

ମୌସୁମୀ ବର୍ଷାରେ ରାସ୍ତାରେ ଭାସୁଛି ଧାନ: ବିଲରେ ଗଜା ମାରୁଛି ଝାଳବୁହା ପରିଶ୍ରମ

ରେଙ୍ଗାଲିକ୍ୟାମ୍ପ: ମୌସୁମୀର ଆଗମନ ସାଧାରଣତଃ ଚାଷୀଙ୍କ ମନରେ ଅପୂର୍ବ ଉତ୍ସାହ ଆଣିଥାଏ କାରଣ ମୌସୁମୀ ତା ସାଥିରେ ଏକ ନୂଆ ଫସଲ ଋତୁ ନେଇ ଆସିଥାଏ। ଚାଷୀ ତାର ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଯାଏ। କିନ୍ତୁ ଚଳିତ ବର୍ଷ ମୋସୁମି ଚାଷୀଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା। ନକଲି ବିହନ, କୀଟନାଶକ ଔଷଧ, ରାସାୟନିକ ସାରର ମୂଲ୍ୟ ବୃଦ୍ଧି, ରୋଗ ପୋକ ଜନିତ କ୍ଷୟକ୍ଷତି ଆଦି ଅନେକ ଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହୋଇ ଚାଷୀ ମଧ୍ୟ ନିଜ ମନକୁ ବୁଝାଇ ମନରେ ସାହସ ବାନ୍ଧି ରଖିଥିଲା ଅମଳ ପର୍ୟ୍ୟନ୍ତ।କିନ୍ତୁ ଅମଳ ବେଳେ ଏବେ ଶ୍ରମିକ ଅଭାବ ,କାଳବୈଶାଖୀର ତାଣ୍ଡବଲୀଳା ସହ ଧାନ ବିକ୍ରୟରେ ଟୋକନ ବ୍ୟବସ୍ଥା ଆଜି ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଫସଲ ଅମଳରେ ବିଳମ୍ବ ତଥା ଟୋକନ୍ ବାତିଲ ହେବା ଯୋଗୁ ଅଧିକାଂଶ ଚାଷୀ ଆଜି ନିଜର ଧାନ ବିକ୍ରି କରି ନପାରି ମୌସୁମୀ ବର୍ଷାରେ ରାସ୍ତାରେ ଧାନ ଭାସୁଛି। କାଳ ବୈଶାଖୀ ଯାହା ଦାଉ ସାଧିଲା ଏବେ ମୌସୁମୀ ବର୍ଷା ରେ ଶତାଧିକ ଚାଷୀଙ୍କର ଧାନ ବିଲରେ ଗଜା ମାରୁଛି। ନିଜର ଝାଳ ବୁହା ପରିଶ୍ରମ ଆଜି ବିଲରେ ଆଉ ରାସ୍ତାରେ ଭାସୁଛି। ଚାଷୀଙ୍କର ମାନସିକ ସନ୍ତୁଳନ ଆଜି ବିଗିଡି ଯାଇଛି। ଏତେ ବିପୁଳ ପରିମାଣର କ୍ଷୟକ୍ଷତି ଚାଷୀ ଆଖିରୁ ନିଦ ହଜେଇ ଦେଇଛି। ରବି ଧାନ ଅମଳ ହୋଇପାରିନି, ତେବେ ଖରିଫ ଫସଲ ଆରମ୍ଭ କରିବ କେମିତି? ହାତରେ ପୁଞ୍ଜି ବି ନାହିଁ। ଯାହାର ଧାନ ଆଗରୁ ଅମଳ ହୋଇଥିଲା ତାର ଟୋକନ ନ ଆସି କାଳବୈଶାଖୀରେ ଭିଜି ଯାଇ ଧାନ ନଷ୍ଟ ହେଲା ଆଉ ଯାହାର ଟୋକନ ଆସିଥିଲା ତାର ଧାନ ଅମଳ ହୋଇପାରି ନଥିଲା ତେଣୁ ସମୟ ଅବଧି ସରିଯାଇ ଟୋକନ ବାତିଲ ହୋଇ ଧାନ ବିକ୍ରି ନହୋଇ ବର୍ଷାରେ ଭିଜୁଛି। ପ୍ରତ୍ୟେକ କ୍ଷେତ୍ରରେ ଚାଷୀ ହିଁ ବାଜି ପଡ଼ିଛି। ବେପାରୀ ଓ ମିଳରସ୍ ମାଳମାଳ ହେଉଥିବା ବେଳେ ଚାଷୀ ଭାଗ୍ୟକୁ ନିନ୍ଦୁଛି। ଶାଗ ଦରରେ ଏବେ ଧାନ ବିକିବାକୁ ବାଧ୍ୟ ହେଉଛି। ଅନ୍ୟପଟେ ସବୁ ଜିନିଷ ପତ୍ରର ଦର ବୃଦ୍ଧି ହୋଇ ଆକାଶ ଛୁଆଁ ହେଲାବେଳକୁ ଧାନ ଶାଗ ଦରରେ ବିକିବାକୁ ବି ଚାଷୀ ମିଲାର୍ସ୍ ଆଉ ବେପାରୀ ଙ୍କ ନିକଟକୁ ଦଉଡ଼ି ଦଉଡ଼ି ବେହାଳ ହେଉଛି।

 

- Advertisement -

ତଥାପି ତାର ଧାନ ବିକ୍ରି ହେଇ ପାରୁନାହିଁ। ସତେ ଯେପରି ଧାନ ଆଜି ସରକାରଙ୍କ ପାଇଁ ମୂଲ୍ୟହିନ ହୋଇ ପଡ଼ିଛି।ରାସ୍ତାରେ ପଡ଼ି କେଉଁଠି ଗାଈ ବଳଦ ଖାଉଛନ୍ତି ତ ଆଉ କେଉଁଠି ନାଲାରେ ଭାସୁଛି ବର୍ଷାରେ ଭାସିଯାଇ।ବିଲରେ ଆଜି ଯାଏ ଧାନ କଟା ହୋଇ ନପାରି ପଡ଼ିରହିଛି। କେଣ୍ଡାରେ ହିଁ ଧାନ ଗଜା ଧରିଲାଣି।ଅଞ୍ଚଳର ୯୦ ପ୍ରତିଶତ ଲୋକ କୃଷିଜୀବୀ। ଟିକିଏ ଶୁଖିଲା ପାଗ ହେଲେ ପୁଣି ଚାଷୀ ମନରେ ଏକ ଆଶା ସଞ୍ଚାର ହୋଇ ତାର ଧାନ ସାଉଁଟିବାରେ ଲାଗିବା ବେଳେ ପୁଣି ବର୍ଷାରେ ତାହା ଭିଯିଯାଇ ନଷ୍ଟ ହେଉଛି। ଏବେ ଚାଷୀମାନେ ଖରିଫ ଫସଲ କରିବେ ନାହିଁ ବୋଲି ମଧ୍ୟ ଚିନ୍ତା କରୁଛନ୍ତି। କାରଣ ଖରିଫ ଫସଲ କରିବାକୁ ହାତରେ ପୁଞ୍ଜି ନାହିଁ ମନୋବଳ ବି ନାହିଁ। ଧାନ ବିକ୍ରି ନ ହେବା ଗୋଟିଏ ଚିନ୍ତା କିନ୍ତୁ ଧାନ ଅମଳ ହୋଇ ନପାରି ବିଲରେ ସଢ଼ିଯିବା ତା ଠାରୁ ଅଧିକ ଭାଙ୍ଗି ଦେଉଛି ଚାଷୀଙ୍କୁ।
ଅମଳ କରିନପାରି ବିଲରେ ଧାନ ସଢ଼ୁଥିବା ଚାଷୀ ମାନେ ହେଲେ ଅଞ୍ଚଳରର ଲଳିତ ମୋହନ ଦେବତାଙ୍କ ଦୁଇ ଏକର ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି। ସେହିପରି ଚାଷୀ ପୀତବାସ ମହାକୁରଙ୍କ ୧ଏକର, ପଲଉ ମାଝୀଙ୍କ ୩ଏକର, ପଞ୍ଚାନନ ପ୍ରଧାନଙ୍କ ଅଧେ ଏକର, କରୁଣାକର ଭୁଇଙ୍କ ଅଧ ଏକର, କିରଣ ପ୍ରଧାନଙ୍କ ୧ଏକର ପ୍ରମୁଖଙ୍କ ସହ ଆହୁରି ଅନେକ ଚାଷୀ; ମନବୋଧ ମହାକୁରଙ୍କ ୩୦ପ୍ୟାକେଟ ଧାନ ଗଜା ମାରିଛି। ଟି ରମଣ ରାଓଙ୍କ ୨୫୦ ପ୍ୟାକେଟ ଓ କାଶୀ ଙ୍କର ୫୦୦ ପ୍ୟାକେଟ ଧାନ ଭିଜି ଗଜା ଧରିଲାଣି। ତେବେ ସରକାର ଏହି ଚାଷୀଙ୍କ ପାଇଁ କ’ଣ ପଦକ୍ଷେପ ନେବେ, କ’ଣ ସହାୟତା ଦେବେ ନା ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଥ ସୃଷ୍ଟି କରିବେ ତାହା ଅପେକ୍ଷା କରିଛନ୍ତି ଚାଷୀକୁଳ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories